ଭୁବନେଶ୍ବର ଷ୍ଟେସନରୁ ଧରାପଡିଲା ଆଉ ଜଣେ ଗୋଲ୍ଡେନ ବାବା : ଲୁଟୁଥିଲା ଟ୍ରେନଯାତ୍ରୀଙ୍କୁ, ପୋଲିସ କବଳରୁ ଖସିବା ପାଇଁ ନିଜ ମୁଣ୍ଡକୁ ନିଜେ ଫଟାଇଦେଲା
6/07/2019 at 4:36 PM

ଭୁବନେଶ୍ବର ୬|୭: ଭୁବନେଶ୍ବର ଜିଆରପି ପୋଲିସ ଜଣେ ଟ୍ରେନ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ଲୁଟେରା ନିକଟରୁ ଜଣେ ଟ୍ରେନ ଯାତ୍ରୀଙ୍କଠାରୁ ଲୁଟ ବ୍ୟାଗ , ମୋବାଇଲ , ଓ ଟଙ୍କା ଜବତ କରାଯାଇଛି ।

ଭଲକରି ଦେଖନ୍ତୁ ଏହି ବ୍ୟକ୍ତିଙ୍କୁ । ବେକରେ ଗଣ୍ଡା ଗଣ୍ଡା ସୁନାଚେନ । ହାତରେ ବ୍ରେସଲେଟ , ଆଙ୍ଗୁଠିରେ ଭରା ମୁଦି । ଯିଏ ଦେଖିବ ଭାବିବ ଜଣେ ସମ୍ଭ୍ରାନ୍ତ ପରିବାରର ଯୁବକ । ଆଭିଯାତ୍ୟ ସମ୍ପନ୍ନ ଦେଖାଯାଉଥିବା ଏହି ବ୍ୟକ୍ତି ଜଣକ କୌଣସି ଗୋଲଡେନ ବାବା ନୁହଁନ୍ତି । ଏ ହେଉଛନ୍ତି ପ୍ରକ଼ତରେ ଜଣେ ଟ୍ରେନ ଲୁଟେରା । ଯାହାକୁ ଭୁବନେଶ୍ବକ ଜିଆରପି ରଙ୍ଗେହାତ ଧରି ତା ନିକଟରୁ ଜଣେ ଟ୍ରେନ ଜାତ୍ରୀଙ୍କ ପାଖରୁ ଲୁଟ କରିନେଇ ପଳାଉଥିବା ମୋବାଇଲ ବ୍ୟାଗ ଓ ଟଙ୍କା ଜବତ କରିଛି । ଏହି ଯୁବକ ବହୁ ସମୟରେ ବିଭିନ୍ନ ଷ୍ଟେସନରେ ବୁଲୁଥିବାର ଦେଖିବାକୁ ମିଳୁଥିଲା । ଅନେକ ଦିନରୁ ଏହି ଯୁବକକୁ ସନ୍ଦେହ ଭିତରେ ରଖିଥିଲା ଜିଆରପି ପୋଲିସ ।

ଦେଖନ୍ତୁ ଏହି ସିସିଟିବି ଚିତ୍ରକୁ ଧରା ପଡିଥିବା ନକଲି ଗୋଲଡେନ ବାବା ଜଣକ ଥାନା ଭିତରେ ଥୁଆ ହୋଇଥିବା ଏକ ବୋତଲକୁ ହଠାତ ଧରି ନିଜ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ଯୁବକ ଜଣକର ମୁଣ୍ଡ ଫାଟି ରକ୍ତ ସ୍ରାବ ହୋଇଥିଲା । ସେଠାରେ ଉପସ୍ଥିତ ଜିଆରପି ପୋଲିସ ଷ୍ଟାଫ ଏହି ଯୁବକଙ୍କୁ କାବୁ କରି ଡାକ୍ତରଖାନା ପଠାଇଥିଲେ । ହେଲେ ଏହି ଲୁଟେରା ନିଜ ବୁଲ ମାନିବାକୁ ନାରାଜ ।

ନିଜକୁ ପୋଲିସ ନିକଟରୁ ବଞ୍ଚାଇବାପାଇଁ ବହୁତ ଫନ୍ଦି କରିଥିଲେ ଏହି ନକଲି ଗୋଲଡେନ ବାବା । ହେଲେ ସିସିଟିଭି ଏହି ବାବାର ସବୁ ଫିକର ପଦାରେ ପକାଇଦେଇଛି । ନବକିଶୋରଙ୍କୁ ଗିରଫ କରାଯିବାପରେ କୋର୍ଟ ଚାଲାଣ କରିଛି ଜିଆରପି ପୋଲିସ ।