ଶ୍ରୀମନ୍ଦିରରେ ସ୍ଥାପନା ହେବ ନିଦା ସୁନାରେ ତିଆରି ମହାଲକ୍ଷ୍ମୀଙ୍କ ପ୍ରତିମା ସହ ଅନ୍ୟ ୩ ଟି ନୂଆ ମୂର୍ତ୍ତି

Published By : Prameya-News7 Bureau | November 14, 2018 IST

ପୁରୀ ୧୪ |୧୧: ଶ୍ରୀମନ୍ଦିରରେ ସୁବର୍ଣ୍ଣ ଲକ୍ଷ୍ମୀଙ୍କ ସହ ଅନ୍ୟ ୩ ଟି ନୂଆ ମୂର୍ତ୍ତି ସ୍ଥାପନା ନେଇ ଉଦ୍ୟମ ଆରମ୍ଭ ହୋଇଛି । ଏହି ପୁରାତନ ମୂର୍ତ୍ତିଗୁଡ଼ିକ କ୍ଷୟ ହେବାକୁ ବସିଥିବାରୁ ନୂଆମୁର୍ତ୍ତି ପ୍ରତିଷ୍ଠା କରାଯିବ । ଶ୍ରୀମନ୍ଦିରର ଆଭ୍ୟନ୍ତର ଫଟୋ ଭାଇରାଲ ହେଉଥିବାରୁ ପ୍ରବେଶ ସମୟରେ ଭକ୍ତଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ । ଭକ୍ତଚଙ୍କ ମୋବାଇଲ୍ ବ୍ୟବହାର ଉପରେ ସିସିଟିଭିରେ କଡ଼ା ନଜର ରଖାଯିବ । ଏଥି ସହିତ ଆନନ୍ଦ ବଜାରରେ ୪୮ ଟି ସେଡ଼ ସ୍ଥାପନ ସହ କାର୍ତ୍ତିକ ମାସ ପରେ, ରେଟ ଚାର୍ଟ ଲଗାଯାଇ ଅବଢ଼ାର ଦର ନିୟନ୍ତ୍ରଣ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କେନ୍ଦ୍ରାଞ୍ଚଳ ଆଇଜି, ଜିଲ୍ଲାପାଳ, ଏସପି ଓ ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଗୁଡ଼ିକ କ୍ଷୟ ହେବାରେ ଲାଗିଛି । ସୁନା ଛାଉଣୀ ଲକ୍ଷ୍ମୀ ପ୍ରତିମାରୁ ସୁନା ଅଂଶ ନଷ୍ଟ ହେବାରେ ଲାଗିଛି । ୧୯୭୨ ମସିହାରେ ଏକ ନିଦା ସୁନା ମୂର୍ତ୍ତି ତିଆରି ହୋଇଥିଲେ ମଧ୍ୟ ତାହା ପ୍ରତିଷ୍ଠା ହୋଇପାରିନି । ଏ ସମ୍ପର୍କରେ ପ୍ରଥମେ ସେବାୟତ ଓ ନିକଟରେ ଆମିକସ୍ କ୍ୟୁରୀ ପ୍ରଶାସନକୁ ଜଣାଇବା ପରେ ମୂର୍ତ୍ତି ପ୍ରତିଷ୍ଠା ନେଇ ଆରମ୍ଭ ହୋଇଛି ଉଦ୍ୟମ । ସୁନାର ଲକ୍ଷ୍ମୀଙ୍କ ପ୍ରତିମା ସହ ଗତ ୨୦ ବର୍ଷ ତଳେ ଚୋରି ହୋଇଥିବା ନାରାୟଣ ମଦନମୋହନ ମୂର୍ତ୍ତି ଏବଂ ବାମନ ମୂର୍ତ୍ତିକୁ ପୁଣି ଥରେ ପ୍ରତିଷ୍ଠା କରାଯିବ ଆନନ୍ଦ ବଜାରରେ ସଂସ୍କାର ପାଇଁ କାର୍ତ୍ତିକ ମାସ ପରେ ବଢ଼ାର ନୂଆ ରେଟ ଚାର୍ଟ ଲଗାଯିବ ଏହାସହ ୪୮ ଟି ସେଡ୍ କରାଯାଇ ଶୃଙ୍ଖଳିତ ଭାବେ ମହାପ୍ରସାଦ ବିକ୍ରୟ କରାଯିବ । ଶ୍ରୀମନ୍ଦିର ଆଭ୍ୟନ୍ତରର ଫଟୋ ବାରମ୍ୱାର ଭାଇରାଲ୍ ହେଉଥିବାରୁ ଭକ୍ତଙ୍କ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସିସିଟିଭି ମାଧ୍ୟମରେ ମୋବାଇଲ ବ୍ୟବହାର ଉପରେ କଡ଼ା ନଜର ରଖାଯିବ । ଭକ୍ତଙ୍କ ଯାନ ବାହାନ ରଖିବା ପାଇଁ ଏକ ମଲଟି ଲେଭଲ୍ ପାର୍କିଂ ବ୍ୟବସ୍ଥା କରିବାକୁ ମୁକେଶ ଅମ୍ୱାନୀଙ୍କୁ ଅନୁରୋଧ କରାଯାଇଛିସେହିପରି ଜିନ୍ଦଲ କମ୍ପାନୀ ମାଧ୍ୟମରେ ଶ୍ରୀମନ୍ଦିର ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ, ଟଏଲେଟ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସିଂହଦ୍ୱାରରେ ଆଉ ଏକ ସେଡ଼୍ ସ୍ଥାପନ ସହ ପଞ୍ଚକ ପାଇଁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.