ଗତ ମାସଠାରୁ ୨ ହଜାର କମିଲା ସୁନାଦର , ଆଜି ଏତିକି ଅଛି

Published By : Prameya-News7 Bureau | October 23, 2019 IST

ନୂଆଦିଲ୍ଲୀ - ଗତମାସର ସର୍ବୋଚ୍ଚ ଦରଠାରୁ ସୁନାଦର ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି । ପ୍ରତି ୧୦ ଗ୍ରାମ ୨୪ କ୍ୟାରେଟ୍‌ ଶୁଦ୍ଧ ସୁନା ପାଇଁ ଦର ୨ ହଜାର ଟଙ୍କା କମିଯାଇଛି ।

ମାତ୍ର ବୁଧବାରେ ଏମ୍‌ସିଏକ୍ସରେ ସୁନାଦର ଅଳ୍ପ ବୃଦ୍ଧି ପାଇଛି । ବୁଧବାରରେ ଶୁଦ୍ଧ ସୁନାଦର ପ୍ରତି ୧୦ ଗ୍ରାମ ୦.୪୨ ପ୍ରତିଶତ ବୃଦ୍ଧି ପାଇ ୩୮,୦୪୦ ଟଙ୍କାରେ ପହଞ୍ଚିଛି ।

ରୂପା ଦର ମଧ୍ୟ ବୃଦ୍ଧି ପାଇଛି । ଏହା ୦.୪୬ ପ୍ରତିଶତ ବୃଦ୍ଧି ପାଇ ବୁଧବାରରେ ପ୍ରତି କିଲୋ ସୁନା ୪୫,୩୮୨ ଟଙ୍କାରେ ପହଞ୍ଚିଛି ।
ଏବେ ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟିକ ବୁଝମଣା ନେଇ ଆଶା ଦେଖା ଦେଇଥିବାରୁ ସୁନାଦର ଆହୁରି ହ୍ରାସ ପାଇପାରେ ।

ଚଳିତ ବର୍ଷ ଭାରତରେ ସୁନାଦର ପ୍ରାୟ ୨୦ ପ୍ରତିଶତ ବୃଦ୍ଧି ପାଇଥିଲା। ଏହା ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କାରୁ ଅଧିକରେ ପହଞ୍ଚିଥିଲା । ଏବେ ଏହା ୩୮ ହଜାର ଟଙ୍କା ପାଖାପାଖି ରହୁଛି ।
ଦୀପାବଳି ଓ ଧନ୍‌ତେରାସରେ ସୁନାର ଚାହିଦା ବୃଦ୍ଧି ପାଉଥିବାରୁ ଏହା ୩୯ହଜାର ଟଙ୍କାରେ ପହଞ୍ଚିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.