ରେକର୍ଡ ଦାମ ଠାରୁ କିଛି ଦିନରେ ୪ ହଜାର ୮୧୩ ଟଙ୍କାକୁ ଖସିଛି ସୁନା, ତଥାପି ଆଗକୁ ବଢ଼ିବ: ବିଶେଷଜ୍ଞଙ୍କ ଆଶଙ୍କା ୧୦ ଗ୍ରାମକୁ ହେବ ୬୮ ହଜାର ଟଙ୍କା
13/09/2020 at 12:52 PM

ନୂଆଦିଲ୍ଲୀ ୧୩/୦୯: ଭାରତୀୟଙ୍କ ସୁନା ଗହଣା ପ୍ରତି ରହିଛି ଦୁର୍ବଳତା । ହେଲେ ସୁନା ମୂଲ୍ୟ ସେମାନଙ୍କୁ ସୁନାଠାରୁ ଦୂରେଇ ନେଉଛି। ଏହା ଛଡ଼ା ଭାରତରେ ସୁନା ଆମଦାନୀ ଭଲ। ଗତ ସପ୍ତାହରେ ସୁନା ଓ ରୁପା ଦାମ ବଢ଼ିଥିଲା। କରୋନା ମାମଲା ବୃଦ୍ଧି ପାଇବା,ଭାରତ-ଚୀନ ବିବାଦ ଓ ଆମେରିକା ଡଲାରର ଦୃଢ଼ତା ଯୋଗୁ ଏହି ମୂଲ୍ୟବାନ ଧାତୁ ଦ୍ବୟର ମୂଲ୍ୟ ବୃଦ୍ଧି ପାଉଛି। ତେବେ ସୁନା ଏହାର ସର୍ବକାଳୀନ ଦାମ ୫୬୨୫୪ ଟଙ୍କାରୁ ୧୦ ଗ୍ରାମ ପ୍ରତି ଏବେ ୪୮୧୩କୁ ଖସିଛି। ସେହିପରି ରୁପା ୭୬୦୦୮ ପ୍ରତି କିଲୋରୁ ୬୫୪୨୪ ଟଙ୍କାରେ ପହଞ୍ଚିଛି। ଏହା ସତ୍ବେ ମଧ୍ୟ ମାର୍କେଟ ଏକ୍ସପର୍ଟଙ୍କ ଅନୁମାନ ଯେ ଯଦି ଡଲାରରେ ବୃଦ୍ଧି ଘଟେ ତେବେ ଦୀର୍ଘ ସମୟ ପାଇଁ ସୁନା ଦାମ ଅଧିକ ବୃଦ୍ଧି ପାଇବ। ଅର୍ଥାତ ଆଗାମୀ ବର୍ଷ ସୁଦ୍ଧା ଏହା ପ୍ରତି ଗ୍ରମାକୁ ୬୦ରୁ ୭୦ ହଜାର ଟଙ୍କାରେ ପହଞ୍ଚିବ।
ସେପ୍ଟେମ୍ବରର ପ୍ରଥମ ସପ୍ତାହରେ ସୁନା ମୂଲ୍ୟ ୪୬୯ ଟଙ୍କା କମିଥିବା ବେଳେ ରୂପା ମୂଲ୍ୟ ୩୯୬୫ ଟଙ୍କାକୁ ହ୍ରାସ ପାଇଥିଲା। ତେବେ ଦ୍ବିତୀୟ ସପ୍ତାହରେ ସୁନା-ରୁପା ମୂଲ୍ୟ ବଢ଼ିଲା। ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ୪୨୩ ଟଙ୍କାକୁ ବଢ଼ିବା ସହ ରୂପା ମୂଲ୍ୟ ରହିଲା ୪୦୭ ଟଙ୍କା।
ବର୍ଷକରେ ୧୦ ଗ୍ରାମ ପ୍ରତି ସୁନା ୬୮ ହଜାରରେ ଟଙ୍କାରେ ପହଞ୍ଚିବା ସମ୍ଭାବନା ଥିବା ବିଶେଷଜ୍ଞ କହିଛନ୍ତି। ତେବେ ଏବେ ଏହାକୁ ଅନ୍ତର୍ଜାତୀୟ ମୂଲ୍ୟରେ ୨୪୫୦ ଡଲାରରେ ପହଞ୍ଚିବା ଲକ୍ଷ୍ୟ ରହିଛି। ଏଫଡିରେ ସୁଧ ହାର ହ୍ରାସ ଓ ଷ୍ଟକ୍ ମାର୍କେଟରେ ଅଧିକ ବିପଦ କାରଣରୁ ନିବଶେକମାନେ ସୁନାକୁ ସୁରକ୍ଷିତ ନିବେଶ ଭାବେ ଦେଖୁଛନ୍ତି। ଏହା ସହ ସୁନାର ରଟର୍ନ ମାମଲାରେ ମଧ୍ୟ ନିବେଶ ନିରାଶ ହୋଇ ନାହାନ୍ତି ଓ ବର୍ଷକରେ ୩୦ ପ୍ରତିଶତ ଅଧିକ ରିଟଣ୍ର୍ଣ ମିଳିଛି।
ବର୍ତମାନ ଭାରତ-ଚୀନ, ଆମେରିକା-ଚୀନ ସହ ଆଉ କେତେକ ଦେଶର ବିବାଦ ଚୀନ ସହ ଲାଗି ରହିଛି। ଏଭଳି ସ୍ଥିତିରେ ଦୁନିଆରେ ଅନିଶ୍ଚିତା ମାହୋଲ ରହିଛି। ଅନ୍ୟପକ୍ଷେ କରୋନା ମାମଲାକୁ ବି ନିୟନ୍ତ୍ରଣ କରାଯାଇ ପାରୁ ନାହିଁ। ଏଭଳି ସ୍ଥିତିରେ ନିବଶେକମାନେ ସୁନାକୁ ଅଧିକ ସୁରକ୍ଷିତ ବୋଲି ମାନୁଛନ୍ତି। କରୋନା ପାଇଁ ଏବେ ବି ଲୋକ ସୁନା କିଣିବାକୁ ଷ୍ଟୋରକୁ ଆସୁନାହାନ୍ତି। କିନ୍ତୁ ଘରେ ବସି ସୁନା ମାଧ୍ୟମରେ ସୁନା ଉପରେ ନିବେଶ କରୁଛନ୍ତି। ଏହି କାରଣରୁ କରୋନା ଆରମ୍ଭ ହେବା ପରେ ଇ-ଗୋଲ୍ଡ ନିବେଶ ବଢ଼ିଥିଲା ଓ ସୁନା ମୂଲ୍ୟ ବୃଦ୍ଧି ପାଇଥିଲା।