ସୁନା ଆମଦାନୀରେ ଭାରି ହ୍ରାସ, ସେପଟେ ଖସୁଛି ଆଭୂଷଣ ରପ୍ତାନୀ ହାର

Published By : Prameya-News7 Bureau | May 25, 2020 IST

ମୁମ୍ବାଇ : କରୋନା ସଂକଟ ଓ ଲକଡାଉନ୍‌ ସତ୍ତ୍ୱେ ଦେଶରେ ସୁନା ରୂପା ଅଳଙ୍କାର ମୂଲ୍ୟ ହ୍ରାସ ହୋଇନି। ହେଲେ ଏଥିଲାଗି ଦେଶକୁ ସୁନା ଆମଦାନୀ ହ୍ରାସହୋଇଛି। ସେପଟେ ରତ୍ନ ଆଭୂଷଣ ରପ୍ତାନୀ ହ୍ରାସ ଏବେ ଉଦ୍ୟୋଗ ଲାଗି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ଏପ୍ରିଲ ସୁଦ୍ଧା ଦେଶର ରତ୍ନ ଆଭୂଷଣ ରପ୍ତାନୀ ୯୮.୭୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।

{"id":275858,"sizeSlug":"large"}

ଲଗାତାର ପଞ୍ଚମ ମାସ ଏପ୍ରିଲରେ ସୁନା ଆମଦାନୀ ହ୍ରାସ ହୋଇଥିଲା। ବୈଶ୍ୱିକ ଲକଡାଉନ ଯୋଗୁ ଆମଦାନୀ ୧୦୦ ପ୍ରତିଶତରୁ ମାତ୍ର ୨୮.୩ଲକ୍ଷ ଡଲାରକୁ ଖସିଆସିଛି। ୨୦୧୯ ମସିହାର ଏହି ସମୟରେ ଦେଶର ସୁନା ଆମଦାନୀ ୩୯.୭ ବିଲିୟନ ଡଲାର ଥିଲା ବୋଲି ବାଣିଜ୍ୟ ମନ୍ତ୍ରାଳୟଙ୍କ ସୂତ୍ରରୁ ଜଣାପଡିଛି। ତେବେ ଏଥି ଯୋଗୁ ଦେଶର ବ୍ୟବସାୟୀକ କ୍ଷତି ଅଟକିଯାଇଛି।

{"id":275859,"sizeSlug":"large"}

ସାରା ବିଶ୍ୱରେ ଭାରତ ସବୁଠୁ ଅଧିକ ସୁନା ଆମଦାନୀ କରିଥାଏ। ବାର୍ଷିକ ୮୦୦ରୁ ୯୦୦ ଟନ ସୁନା ବିଦେଶରୁ  ଆମଦାନୀ ହୋଇଥାଏ। ହେଲେ ଗତ ଡିସେମ୍ବର ମାସରୁ ଆମଦାନୀ କମି ଥିବା ବେଳେ ଲକଡାଉନ ଯୋଗୁ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଜିଜେଇପିସି ଉପାଧ୍ୟକ୍ଷ କଲିନ ଶାହ କୋଭିଡ-୧୯ ଯୋଗୁ ସାରା ବିଶ୍ୱରେ ରତ୍ନ ଆଭୂଷଣର ଚାହିଦା ହ୍ରାସ ହୋଇଥିବା କହିଛନ୍ତି। ଏଥିରେ ଉଦ୍ୟୋଗପ୍ରତି ତୁରନ୍ତ ସରକାର ଧ୍ୟାନ ଦେବା ଦରକାର ବୋଲି ଶାହ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.