Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ଦୀପାବଳି ପୂର୍ବରୁ ପୁଣି ଥରେ ଶସ୍ତା ହେଲା ସୁନା, ଜାଣନ୍ତୁ କେତେ ରହିଛି ଆଜିର ଦାମ୍

29/10/2020 at 3:44 PM

ନୂଆଦିଲ୍ଲୀ ୨୯।୧୦: କରବାଚୌଥ, ଧନତେରସ ଓ ଦୀପାବଳି ପୂର୍ବରୁ ସୁନା-ରୂପା କିଣିବାକୁ ଯାଉଥିବା ଲୋକଙ୍କ ପାଇଁ ଶୁଭ ଖବର। ସପ୍ତାହର ଚତୁର୍ଥ ଦିନ ଅର୍ଥାତ ଆଜି ସୁନା ୪୬ ଟଙ୍କା ଶସ୍ତା ସହ କାରବାର ଆରମ୍ଭ କରିଛି। ଏହା ପରଠୁ ସୁନା ଦାମ ହ୍ରାସ ଘଟିବାର ସଙ୍କେତ ଦେଇଛି। ଏମସିଏକ୍ସରେ ଗୁରୁବାର ସୁନା ୪୯ ଟଙ୍କା ଶସ୍ତା ସହ କାରବାର ଖୋଲିଛି। ଡିସେମ୍ବର ୪ର ଡେଲିଭରୀ ହେବାକୁ ଥିବା  ସୁନା ପୂର୍ବାହ୍ନ ୧୧ଟାରେ ୮୪ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ସୁନାର ମୂଲ୍ୟ ୫୦,୪୧୧ ଟଙ୍କା ରହିଛି।

ବୁଧବାର ସୁନା ଦାମ୍ ୫୦,୪୯୫ ଟଙ୍କାରେ ବନ୍ଦ ରହିଥିଲା ଏବଂ ଆଜି ୪୯ ଟଙ୍କା ଶସ୍ତା ସହ ୫୦,୪୪୬ ଟଙ୍କାରେ ଖୋଲିଥିଲା। ଏହା ପରେ ଲଗାତାର ଦାମରେ ହ୍ରାସ ଦେଖିବାକୁ ମିଳିଛି। ପ୍ରାରମ୍ଭିକ କାରବାର ଉପରେ ନଜର ପକାଇଲେ ସର୍ବନିମ୍ନ ୫୦,୪୦୫ ଟଙ୍କା ଏବଂ ସର୍ବାଧିକ ୪୦,୪୮୮ ଟଙ୍କାରେ ସୁନା ଦର ପହଞ୍ଚିଥିଲା।

ଫେବୃଆରୀରେ ଡେଲିଭରି ହୋଇଥିବା ସୁନା ମଧ୍ୟ ୪୯ ଟଙ୍କା ଶସ୍ତା ସହିତ ୫୦୫୪୫ ଟଙ୍କାରେ ରହିଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ ଚାହିଦା ବଢିଲେ ମୂଲ୍ୟ ଉପରେ ଏହାର ପ୍ରଭାବ ପଡିବ। ମାତ୍ର ମୂଲ୍ୟରେ କୌଣସି ବଡ ଧରଣର ବୃଦ୍ଧି ହେବାର ସମ୍ଭାବନା ନାହିଁ। ସୁନା ମୂଲ୍ୟରେ ସଂପ୍ରତି ବଡ ଧରଣର ବୃଦ୍ଧି ହେବାର ସମ୍ଭାବନା ନଥିବା ବିଶେଷଜ୍ଞ କହିଛନ୍ତି।

   Related Posts