ଲିଙ୍ଗରାଜ ମନ୍ଦିରରୁ ଶ୍ରୀଗଣେଶଙ୍କ ସୁନା ବିଗ୍ରହ ଗାଏବ : ବିଘ୍ନ ପାଇଁ ଦାୟୀ କିଏ ?

Published By : Prameya-News7 Bureau | September 14, 2018 IST

ଭୁବନେଶ୍ୱର ୧୪/୯ : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଦେଖାଦେଇଛି ମହା ବିଭ୍ରାଟ | ଶହ ଶହ ବର୍ଷ ଧରି ପୂଜା ପାଉଥିବା ସୁନାର ଗଣେଶ ମୂର୍ତ୍ତି ଉଭାନ ହୋଇଯାଇଛି | ବଦଳରେ ପୂଜା ହୋଇଛି ଗୋଟିଏ ଗୁଆ | କେବଳ ସେତିକି ନୁହେଁ ଗଣେଶଙ୍କ ପାଖରେ ୨୧ ପ୍ରକାର ଭୋଗ ବଦଳରେ ଲାଗି ହୋଇଛି ମୁଠାଏ ଖଇ, ଗୋଟିଏ କୋରା | ଶ୍ରୀ ଲିଙ୍ଗରାଜଙ୍କ ପ୍ରବେଶ ପଥରେ ପୂଜା ପାଇଥାନ୍ତି ଗଣେଶ | ଶ୍ରୀ ଲିଙ୍ଗରାଜ ବାହାରକୁ ଯିବା ବେଳେ ଗଣେଶଙ୍କ ପାଖରେ ଅଟକି ନଡ଼ିଆ ଭାଙ୍ଗନ୍ତି ଓ ବିନା ବିଘ୍ନରେ ବାହୁଡ଼ି ଆସିବ ପାଇଁ କାମନା କରନ୍ତି | ସେହିପରି ଭକ୍ତମାନେ ମନ୍ଦିରରେ ପ୍ରବେଶ କରିବା ବେଳେ ଗଣେଶଙ୍କୁ ପ୍ରଥମେ ପୂଜା କରନ୍ତି | ଗଣେଶ ଚତୁର୍ଥୀରେ ଗଣେଶଙ୍କ ପାଖରେ ବିଶେଷ ପୂଜାର ପରମ୍ପରା ମଧ୍ୟ ରହିଛି | ସୁନାର ଗଣେଶ ମୂର୍ତ୍ତି, ସୁନାର ଲେଖନୀ ଓ ପୋଥି ଅଣାଯାଏ | ପୁରୀରୁ ରାଜକୁର ଆସନ୍ତି | ଏଥର କିନ୍ତୁ ଏସବୁ ପରମ୍ପରା ଭଙ୍ଗ ହୋଇଛି | ତଥାପି ଏତେ ବଡ ଘଟଣାରେ ମନ୍ଦିର ପ୍ରଶାସନ ଚୁପ ବସିରହିବା ଆଶ୍ଚର୍ଯ୍ୟ କରିଛି ସମସ୍ତଙ୍କୁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.