୨୦ ବର୍ଷ ପରେ ମିଳିଲା ହଜି ଯାଇଥିଲା ସୁନାର କାନଫୁଲ, ଯାହାର ଦାମ୍ ଏବେ ଦଶ ଗୁଣ ଅଧିକ

Published By : Prameya-News7 Bureau | August 20, 2020 IST

କସାରଗୋଡ, ୨୦|୦୮: ୨୦ ବର୍ଷ ତଳେ କାମ କରୁଥିବା ବେଳେ ଜମିରେ ହଜି ଯାଇଥିଲେ ସୁନାର କାନର ବା କାନଫୁଲ । ଏବେ ତାକୁ ପାଇଛନ୍ତି କିଛି ଶ୍ରମିକ । ପାଇବା ସହ ଯାହାଙ୍କ କାନର ହଜିଥିଲା ତାଙ୍କୁ ପ୍ରଦାନ ମଧ୍ୟ କରିଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି କେରଳର କସାରଗୋଡ ଜିଲ୍ଲାରେ ।

ସୂଚନାନୁସାରେ, କସାରଗୋଡ ଜିଲ୍ଲାର ଇଡାମପୋରାଡି ଜିଲ୍ଲାରେ ରହୁଥିବା ନାରାୟଣୀ ଭେଲ୍ୟାମ୍ମାନାମକ ଜଣେ ମହିଳା ଚାଷ ଜମିରେ ୨୦ ବର୍ଷ ତଳେ ନିଜର କାନର ହଜାଇ ଦେଇଥିଲେ । ବହୁ ଖୋଜଖୋଜି କରିବା ପରେ ମଧ୍ୟ ତାକୁ ପାଇନଥିଲେ । କିନ୍ତୁ ତାଙ୍କ ଭାଗ୍ୟ କିଛି ଅଲଗା ରଖିଥିଲା ।ଏବେ ଦୀର୍ଘ ୨୦ ବର୍ଷ ପରେ ସେହି ଜମିରେ କାମ କରୁଥିବା କିଛି ମହିଳା ଶ୍ରମିକ କାନରକୁ ପାଇଥିଲେ । ଜମିରେ ମନରେଗା କାମ ପାଇଁ ଖୋଳାଖୋଳି ଚାଲିଥିବା ବେଳେ କାନର ମିଳିଥିଲା । ଏହି ଶ୍ରମିକଙ୍କ ମଧ୍ୟରୁ ଜଣେ ଥିଲେ ନାରାୟଣୀଙ୍କ ଝିଅ ମାଳିନୀ । ସେ ଏହାକୁ ତାଙ୍କ ମାଆଙ୍କର ବୋଲି ଚିହ୍ନଟ କରିଥିଲେ ।

ନାରାୟଣୀ ଏହି କାନରକୁ ୬୦-୭୦ ବର୍ଷ ତଳେ ଟଙ୍କା ସଞ୍ଚୟ କରି କିଣିଥିଲେ । ଯେତେବେଳେ ଏହା ହଜିଥିଲା ସେ ଭାଙ୍ଗି ପଡିଥିଲେ । ଏବେ ସେ କାନର ପାଇ ଖୁସି ଅଛନ୍ତି । ସେତେବେଳେ ଯେଉଁ କାନର ଦାମ କମ୍ ଥିଲା ଏବେ ତାହା ୧୦ ଗୁଣ ମୂଲ୍ୟର ହୋଇ ତାଙ୍କୁ ମିଳିଛି । କାରଣ ସେତେବେଳେ ସୁନାର ଦାମ୍ ୧୦ ଗ୍ରାମ ପିଛା ୪ ହଜାର ଥିବା ବେଳେ ଏବେ ୫୦ ହଜାର ପାଖାପାଖି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.