Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ସୁନା ଚମକୁଛି କିନ୍ତୁ ଗ୍ରାହକଙ୍କ ମୁହଁ ଓଲଟା, ସୁନା ବିକ୍ରି ୭୦ ପ୍ରତିଶତ କମିଛି

30/07/2020 at 2:45 PM

ନୂଆଦିଲ୍ଲୀ ୩୦/୦୭ : ଭାରତରେ ଏପ୍ରିଲ-ଜୁନ ମାସରେ ସୁନା ଚାହିଦା ୭୦ ପ୍ରତିଶତ ହ୍ରାସ ପାଇ ୬୩.୭ ଟନ ରହିଯାଇଛି | ବିଶ୍ୱ ସ୍ଵର୍ଣ ପରିଷଦ ଏହି ରିପୋର୍ଟ ପ୍ରଦାନ କରିଛି | ରିପୋର୍ଟରେ କୁହାଯାଇଛି ଯେ, କୋଭିଡ-୧୯ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁଁ ସୁନା ଚାହିଦା ହ୍ରାସ ପାଇଛି | ଗତବର୍ଷ ଅର୍ଥାତ ୨୦୧୯ ମସିହା ଦ୍ୱିତୀୟ ତ୍ରୟମାସିକରେ ଭାରତରେ ସୁନା ଚାହିଦା ୨୧୩.୨ ଟନ ରହିଥିଲା | ବିଶ୍ୱ ସ୍ଵର୍ଣ ପରିଷଦର ରିପୋର୍ଟରେ କୁହାଯାଇଛି ଯେ, ମୂଲ୍ୟ ହିସାବରେ ଦ୍ୱିତୀୟ ତ୍ରୟମାସରେ ଭାରତରେ ସୁନା ଚାହିଦା ହ୍ରାସ ପାଇ ୨୬ ହଜାର ୬୦୦ କୋଟି ଟଙ୍କା ରହିଛି ଯାହା ଗତ ବର୍ଷ ସମାନ ତ୍ରୟମାସରେ ୬୨ହଜାର ୪୨୦ କୋଟି ଟଙ୍କା ଥିଲା | ଦ୍ୱିତୀୟ ତ୍ରୟମାସରେ ଅଳଙ୍କାର ଚାହିଦା ୭୪ ପ୍ରତିଶତ ହ୍ରାସ ପାଇ ୧୬୮.୬ ଟନରୁ ହ୍ରାସ ପାଇ ୪୪ ଟନ ହୋଇଛି | ମୂଲ୍ୟ ହିସାବରେ ଅଳଙ୍କାର ଚାହିଦା ୬୩ ପ୍ରତିଶତ ହ୍ରାସ ପାଇ ୧୮ ହଜାର ୩୫୦ କୋଟି ଟଙ୍କା ହୋଇଛି ଯାହା ଗତ ବର୍ଷ ସମାନ ଅବଧିରେ ୪୯ ହଜାର ୩୮୦ କୋଟି ଟଙ୍କା ଥିଲା | ଠିକ ସେହିଭଳି ନିବେଶ ପାଇଁ ସୁନା ଚାହିଦା ୫୬ ପ୍ରତିଶତ ହ୍ରାସ ପାଇ ୧୯.୮ ଟନ ରହିଛି ଯାହା ବର୍ଷେ ପୂର୍ବରୁ ସମାନ ଅବଧିରେ ୪୪.୫ ଟନ ରହିଥିଲା |

ମୂଲ୍ୟ ହିସାବରେ ସୁନା ନିବେଶ ଚାହିଦା ୩୭ ପ୍ରତିଶତ ହ୍ରାସ ପାଇ ୮୨୫୦ କୋଟି ଟଙ୍କା ରହିଛି ଯାହା ଗତ ବର୍ଷ ସମାନ ଅବଧିରେ ୧୩ ହଜାର ୪୦ କୋଟି ଟଙ୍କା ଥିଲା | ଏହି ଅବଧିରେ ଦେଶରେ ସୁନା ରିସାଇକିଲିଂ ମଧ୍ୟ ୬୪ ପ୍ରତିଶତ ହ୍ରାସ ପାଇ ୧୩.୮ ଟନ ହୋଇଛି ଯାହା ବର୍ଷେ ପୂର୍ବରୁ ସମାନ ଅବଧିରେ ୩୭.୯ ଟନ ଥିଲା | 

ବିଶ୍ୱ ସ୍ଵର୍ଣ ପରିଷଦର ପ୍ରବନ୍ଧ ନିର୍ଦେଶକ ଭାରତ ସୋମସୁନ୍ଦରୟମ ପିଆର କହିଛନ୍ତି ଯେ, ଦ୍ୱିତୀୟ ତ୍ରୟମାସରେ ଯେତେବେଳେ ସୁନା ଦାମ ଉଚ୍ଚତମ ସ୍ଥରରେ ଥିଲା ସେତେବେଳେ ଦେଶରେ କରୋନା ମହାମାରୀ ଯୋଗୁଁ ଲକଡାଉନ ଲାଗୁ ହୋଇଥିଲା | ସେଥିପାଇଁ ଦେଶରେ ସୁନା ଚାହିଦା ୭୦ ପ୍ରତିଶତ ହ୍ରାସ ପାଇ ୬୩.୭ ଟନ ହୋଇଛି | ସେ କହିଛନ୍ତି ମୋଟାମୋଟି ଭାବେ ଦେଶରେ ପ୍ରଥମ ୬ ମାସ ମଧ୍ୟରେ ସୁନା ଚାହିଦା ୫୬ ପ୍ରତିଶତ ହ୍ରାସ ପାଇ ୧୬୫.୬ ଟନ ରହିଛି | ତେବେ ଇତି ମଧ୍ୟରେ ଗୋଲ୍ଡ ଇଟିଏଫ କ୍ରୟରେ ମାମୁଲି ଲାଭ ହୋଇଛି |

   Related Posts