ସୁନା ପୁଣି କମିଲା, ରୂପା ଖସିଲା ହଜାରେରୁ ବେଶୀ: ଚାହିଦା କମ୍‌ରୁ ବଜାର ଭାଉରେ ପ୍ରଭାବ

Published By : Prameya-News7 Bureau | August 26, 2020 IST

ନୂଆଦିଲ୍ଲୀ ୨୬।୮: ଅନ୍ତରାଷ୍ଟ୍ରୀୟ ସ୍ତରରେ ଦର ହ୍ରାସ ହେବାରୁ ଘରୋଇ ବଜାରରେ ମଧ୍ୟ ସୁନାର ଦର କମିଛି । ବୁଧବାର ଦିଲ୍ଲୀ ସରାଫା ବଜାରରେ ସୁନା ୧୦ ଗ୍ରାମ ପିଛା ୨୧୦ ଟଙ୍କା ହ୍ରାସ ପାଇଛି। ଏଚଡିଏଫସି ସିକ୍ୟୁରିଟିଜ୍ ଅନୁଯାୟୀ ଦିଲ୍ଲୀର ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୧,୯୬୩ ଟଙ୍କା ରହିଛି। ମଙ୍ଗଳବାର ଦିନ ସୁନା ୫୨,୧୭୩ ଟଙ୍କା ପ୍ରତି ଗ୍ରାମ ରହିଥିଲା ।

ଅନ୍ୟପଟେ ରୂପାର ଦାମ୍ ମଧ୍ୟ ହ୍ରାସ ପାଇଛି । ବୁଧବାର ଦିନ ଏକ କିଲୋଗ୍ରାମ ସୁନାର ମୂଲ୍ୟ ୧୦୭୭ ଟଙ୍କା କମ୍ ହୋଇଛି। ବୁଧବାର ଦିନ ରୂପା ମୂଲ୍ୟ ପ୍ରତି କିଲୋଗ୍ରାମ ୬୫,୧୭୮ ରହିଛି । ମଙ୍ଗଳବାର ଦିନ ରୂପା ମୂଲ୍ୟ ୬୬,୨୫୫ ରହିଥିଲା ।

ସେହିଭଳି ଅନ୍ତର୍ଜାତୀୟ ବଜାରରେ ସୁନା ବୁଧବାର ଦିନ ହ୍ରାସ ପାଇ ୧୯୧୮ ଡଲାରରେ ପହଞ୍ଚିଛି। ଏଥିସହିତ ରୂପା ଏକ ଅନ୍ସ ୨୬.୪୫ ଡଲାରରେ ଟ୍ରେଣ୍ଡ କରୁଥିବା ଦେଖାଯାଇଛି ।

ଏଚଡିଏଫସି ସିକ୍ୟୁରିଟି ସିନିୟର ଆନାଲିଷ୍ଟ କହିଛନ୍ତି ଯେ କରୋନା ଭାଇରସ୍ ଟିକା ଉପରେ ତୀକ୍ଷ୍ନ ନଜର ଏବଂ ଆମେରିକା-ଚୀନ୍ ବାଣିଜ୍ୟିକ ତିକ୍ତତା କମ୍ ହେବା ଯୋଗୁଁ ବୁଧବାର ଦିନ ସୁନା ମୂଲ୍ୟ ହ୍ରାସ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.