୧୩୮ କୋଟି ଟଙ୍କାରେ ବିକ୍ରି ହେଲା ଐତିହାସିକ ସୁନା ମୁଦ୍ରା, ଜାଣନ୍ତୁ କଣ ରହିଛି ବିଶେଷତ୍ୱ

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/୦୬ : ଆମେରିକାରେ ମଙ୍ଗଳବାର ଦିନ ଏକ ଦୁର୍ଲଭ ଓ ଐତିହାସିକ ସୁନା ମୁଦ୍ରା ନିଲାମ ହୋଇଛି । ଏହି ମୁଦ୍ରାର ଦାମ ୨୦ ଆମେରିକୀୟ ଡଲାର ଅର୍ଥାତ ୧୪୦୦ ଟଙ୍କା ଥିଲା । କିନ୍ତୁ ନ୍ୟୁୟର୍କରେ ଏହି ମୁଦ୍ରା ୧୮.୯ ମିଲିୟନ ଡଲାର ଅର୍ଥାତ ୧୩୮ କୋଟି ଟଙ୍କାରେ ନିଲାମ ହୋଇଛି । ୧୩୮ କୋଟି ଟଙ୍କାରେ ବିକ୍ରି ହୋଇଥିବା ଏହି ମୁଦ୍ରା ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

ଏହି ଆମେରିକୀୟ ମୁଦ୍ରା ବିଶ୍ୱର ସବୁଠାରୁ ମହଙ୍ଗା ମୁଦ୍ରାର ରେକର୍ଡ ଭାଙ୍ଗିଛି ଯାହାକୁ ୨୦୧୩ ମସିହାରେ ୧୦ ମିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ହେଲା ୧୯୩୩ ମସିହାର ଡବଲ ଇଗଲ ଆମେରିକାରେ ସୁନାର ଶେଷ ମୁଦ୍ରା ଥିଲା । ଏହି ମୁଦ୍ରାକୁ ଆମେରିକାରେ ପ୍ରଚଳନ ପାଇଁ ତିଆରି କରାଯାଇଥିଲା । କିନ୍ତୁ ଫ୍ରାଙ୍କଲିନ୍ ଡି ରୁଜଭେଲ୍ଟ ଆମେରିକାକୁ ସୁନା ମାନାଙ୍କରୁ ହଟାଇଦେବା ପରେ ଆମେରିକା ସରକାର ଏହି ମୁଦ୍ରା ସାର୍ବଜନିକ ବ୍ୟବହାର ହୋଇପାରିବନି ବୋଲି ନିଷ୍ପତ୍ତି ନେଇଥିଲେ । ଏହାପରେ ସରକାରଙ୍କ ଆଦେଶ ଯୋଗୁଁ ସବୁ ମୁଦ୍ରା ନଷ୍ଟ କରିଦିଆ ଯାଇଥିଲା । ସେଥିପାଇଁ ଏହି ମୁଦ୍ରାକୁ ଦୁର୍ଲଭ ବୋଲି କୁହାଯାଇଛି । କାରଣ ଆମେରିକା ସରକାର ଏହାକୁ ଆଇନଗତ ଭାବେ ସ୍ୱୀକୃତି ଦେଇଥିଲେ ।

wp:gallery {"ids":[464462],"linkTo":"none"} /wp:gallery

ନିଲାମ ହାଉସ୍ ସୋଥେବି ୧୯୩୩ ର ଦୁର୍ଲଭ ଓ ଐତିହାସିକ ଡବଲ୍ ଇଗଲ୍ ମୁଦ୍ରାକୁ ଦୁନିଆର ସବୁଠାରୁ ପ୍ରତିଷ୍ଠିତ ମୁଦ୍ରା ଭାବରେ ସ୍ୱୀକୃତି ଦେଇଛି । ଇନଷ୍ଟାଗ୍ରାମ ପୋଷ୍ଟରେ ସୋଥେବି ଲେଖିଛନ୍ତି ଯେ 'ମିଟ୍ ଦି ହୋଲି ଗ୍ରେଲ୍ ଅଫ୍ କଏନ୍ସ,' ଆଜି ସକାଳେ ଆମର # ନ୍ୟୁୟର୍କ ସେଲରୁମରେ ୧୯୩୩ ର କାଳ୍ପନିକ ଓ ଦୁର୍ଲଭ ଡବଲ୍ ଇଗଲ୍ ମୁଦ୍ରା ଦୁନିଆର ବହୁମୂଲ୍ୟ ମୁଦ୍ରାର ନିଲାମ ରେକର୍ଡ ଭାଙ୍ଗିଛି । ଏହା ୧୩୮ କୋଟି ଟଙ୍କାରେ ନିଲାମ ହୋଇଛି ।

ଡବଲ୍ ଇଗଲ୍ ମୁଦ୍ରାର ଗୋଟିଏ ପଟେ ଲେଡି ଲିବର୍ଟିଙ୍କ ଚିତ୍ର ଏବଂ ଅନ୍ୟ ପଟେ ଆମେରିକୀୟ ଇଗଲ୍ ଅଛି । ସୋଥବିଙ୍କ ଗ୍ଲୋବାଲ୍ ହେଡ୍ ଅଫ୍ ବୁକ୍ ରିଚାର୍ଡ ଅଷ୍ଟିନ କହିଛନ୍ତି ଯେ ମୁଦ୍ରା ବିକ୍ରି ଷ୍ଟାମ୍ପ ଏବଂ ମୁଦ୍ରା ସଂଗ୍ରହ ଇତିହାସରେ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଛି ଯାହାକୁ ସହଜରେ କେହି ଅତିକ୍ରମ କରିପାରିବେ ନାହିଁ ।

wp:gallery {"ids":[464463],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.