ଆଖି ପିଛୁଳାକେ ଝାମ୍ପି ନେଲେ ଦେଢ଼ ଭରିର ସୁନା ଚେନ୍‌: ନଣନ୍ଦ ଘରକୁ ଯିବା ବାଟରେ ଭାଉଜଙ୍କଠୁ ଲୁଟ୍‌

Published By : Prameya-News7 Bureau | August 27, 2020 IST

ଭଦ୍ରକ୨୭/୮: ଭାଉଜଙ୍କ ବେକରୁ ଝାମ୍ପି ନେଲେ ଚେନ୍। ଭାଇଙ୍କ ସହ ନଣନ୍ଦ ଘରକୁ ବାଇକ୍‌ରେ ଯିବା ରାସ୍ତାରେ ଦୁର୍ବୃତ୍ତମାନେ ପିଛା କରି ୧୫ ଗ୍ରାମର ସୁନାର ଚେନ୍ ଝାମ୍ପି ନେଇଛନ୍ତି।  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧ ୬ ନମ୍ବର ଜାତୀୟ ରାଜପଥରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଦୁର୍ବୃତ୍ତମାନେ ପିଛା କରି ଉକ୍ତ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ପାଣିକୋଇଲିରେ ରହୁଥିବା ସୁଜାନ ନିଜ ଭାଇଙ୍କ ସହ ନିଣନ୍ଦ ଘରକୁ ଯାଉଥିଲେ। ଭଦ୍ରକ ଛତାବର ନିକଟରେ ଅଚାନକ କଳା ପଲସର୍ ବାଇକ୍‌ରେ ଲୁଟେରା ଆସି ଚେନ୍‌ ଝାମ୍ପି ନେଇଥିଲା। ସେହି ସମୟରେ ପଛ ଆଡୁ ଆମ୍ବୁଲାନ୍ସ ଆସୁଥିବାରୁ ଲୁଟେରା ସହଜରେ ଖସିଯିବାରେ ସଫଳ ହୋଇଥିଲା। ଏନେଇ ମହିଳା ଜଣଙ୍କ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.