Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କଳା ପଲସର ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍

19/06/2020 at 3:16 PM

ନୀଳଗିରି, ୧୯|୦୬: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ପୁଣି କଳା ପଲସର ଆତଙ୍କ ଦେଖାଦେଇଛି। ଜିଲ୍ଲାର ନୀଳଗିରି ମିତ୍ରପୁର ରାସ୍ତା ଚଣ୍ଡୀପୁର ଛକରେ କଳା ପଲସରରେ ଦୁଇ ଜଣ ଯୁବକ  ଆସି ଜଣେ ମହିଳାଙ୍କ ବେକରୁ ସୁନା ଚେନ  ଲୁଟି ନେଇଛନ୍ତି।

ସୂଚନାନୁସାରେ, ଅମ୍ଳାନ ମହାପାତ୍ରଙ୍କ ପତ୍ନୀ ଜ୍ଞାନପ୍ରଭା ମହାପାତ୍ର  ନିଜ ବାସଭବନ କେନ୍ଦୁଖୁଣ୍ଟାରୁ ସ୍କୁଟିରେ ମିତ୍ରପୁର ଆଡକୁ ଯାଉଥିଲେ । ସେହି ସମୟରେ ଏକ କଳା ପଲସରରେ ୨ ଯୁବକ ଆସି ତାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ । ଖବର ପାଇ ନୀଳଗିରି ଥାନା ଆଇଆଇସି ମିନତୀ ବିଶ୍ୱାଳ ଏସଆଇସସ୍ମିତା ମଲ୍ଲିକଙ୍କୁ ଘଟଣା ସ୍ଥଳକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଛାନଭିନ୍ କରିଛି ।

   Related Posts