ବାଲିପାଟଣା୮/୬: ଲକଡାଉନ୍ରେ ପୁଣି ଲୁଟ୍। ବାଲିପାଟଣା ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା। ଠିକଣା ପଚାରିବା ବାହାନା କରି ବୃଦ୍ଧାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍ । ବାଲିପାଟଣା ଗିରିଙ୍ଗ ଘର ସାମ୍ନାରୁ ବୃଦ୍ଧାଙ୍କ ବେକରୁ ଭିଡି ନେଲେ ସୁନା ଚେନ । ବାଲିପାଟଣା ଥାନା ଗିରିଙ୍ଗୋ ମହାନ୍ତି ସାହିର ମହାନ୍ତି ସାହିର ବାସନ୍ତୀ ମଞ୍ଜରୀ ମହାନ୍ତିଙ୍କ ବେକରୁ ଦୁଇଜଣ ଲୁଟେରା ଝାମ୍ପି ନେଲେ ସୁନା ଚେନ୍ ।
wp:html /wp:htmlଦିନ ସାଢେ ୧୨ଟା ସମୟରେ ଦୁଇ ଲୁଟେରା ଏକ ବାଇକ୍ରେ ଆସି ବାସନ୍ତିଙ୍କୁ ଜଣେ ଲୁଟେରା ଏକ ଠିକଣା ପଚାରିଥିଲେ। ନିମିଷକରେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ବାଇକ୍ରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ଲୁଟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଭିଜୁଆଲ୍ କୁ ଆଧାର କରି ବାଲିପାଟଣା ପୋଲିସ ଘଟଣାର ତଦନ୍ତ କରୁଛି । ସୂଚନାଯୋଗ୍ୟ ସମାନ ଭାବେ ବନମାଳିପୁର ଡେରା ସାହି ଏବଂ ପଦ୍ମପୁର ଗ୍ରାମରୁ ବୃଦ୍ଧାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିଲେ ।