ଆଇଜିଙ୍କ ଫେରିବା ରାସ୍ତାରେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୁତ୍ତ

Published By : Prameya-News7 Bureau | July 14, 2021 IST

ନୀଳଗିରି,୧୪/୭: ମହିଳାଙ୍କ ବେକରୁ ଦୁର୍ବୁତ୍ତ ଝାମ୍ପିନେଲେ ସୁନାଚେନ । ଏଭଳି ଘଟଣା ଆଇଜି ଓ ଏସପିଙ୍କ ଯିବା ରାସ୍ତାର କିଛି କ୍ଷଣ ଭିତରେ ଦେଖିବାକୁ ମିଳିଛି । ଘଟଣାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ଏକ ବିବାହ ଉତ୍ସବରୁ ଯୋଗଦେଇ ଘରକୁ ଫେରୁଥିବା ସମୟରେ ଲୁଟ୍‌ ହୋଇଥିବା ଜଣାପଡ଼ିଛି ।  

ସୂଚନା ଅନୁସାରେ, ନୀଳଗିରି ଥାନା ଅଧିନ ପୋଡାଶୂଳ ଅଞ୍ଚଳର ସରସ୍ୱତୀ ପାତ୍ର ତାଙ୍କ ସ୍ୱାମୀଙ୍କ ସହ ଏକ ବିବାହ ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ । ଏହି ସମୟରେ ସେରଗଡ଼ ନୀଳଗିରି ରାଜ୍ୟ ରାଜପଥ ସାଆନ୍ତା ଛକ ନିକଟରେ ଏକ ନୀଳ ରଙ୍ଗର ୟମହା ବାଇକରେ ଦୁଇଜଣ ଯୁବକ ଆସି ପଛପଟୁ ଚେନକୁ ଛିଣ୍ଡାଇ ପଳାଇ ଯାଇଥିଲେ । ବାଇକ ଚଲାଉଥିବା ଯୁବକ ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ବେଳେ ପଛ ପାଖରେ ବସିଥିବା ବ୍ୟକ୍ତି ଜଣକ ନାଲି ରଙ୍ଗର ସାର୍ଟ ପିନ୍ଧିଥିଲେ ।

ନୀଳଗିରି ଆଡକୁ କ୍ଷିପ୍ର ବେଗରେ ଦୁଇ ଯୁବକ ପଳାଇ ଆସିଥିବା ବେଳେ ଛୀନତାଇ ଘଟଣାର କିଛି ସମୟ ପୂର୍ବରୁ ନୀଳଗିରିରୁ ଆଇଜି ଓ ଏସପି ଏହି ରାସ୍ତାରେ ବାଲେଶ୍ଵର ଫେରିଥିଲେ । ଘଟଣାକୁ ନେଇ ଖନ୍ତାପଡା ଥାନାରେ ଅଭିଯୋଗ ପରେ ଖନ୍ତାପଡା ପୋଲିସ ଓ ନୀଳଗିରି ପୋଲିସ ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.