Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ପଲସରରେ ଆସିଲେ ଆଉ ଦାସ ବାବୁଙ୍କ ଠିକଣା ପଚାରିଲେ, ସୁଯୋଗ ଦେଖି ସୁନା ଚେନ୍ ଝାମ୍ପିଲେ

31/07/2021 at 10:11 PM

ବାରିପଦା, ୩୧/୦୭: ବାରିପଦାରେ ପୁଣି ମାତିଛନ୍ତି ଲୁଟେରା ଗ୍ୟାଙ୍ଗ। ସହରର ୱାର୍ଡ ନମ୍ବର ୨୧ ବିଜରାମଚନ୍ଦ୍ରପୁରର ରଞ୍ଜିତା ମହାନ୍ତି ନାମକ ଜଣେ ମହିଳା ନିଜ ସ୍ବାମୀଙ୍କୁ ଅଫିସ୍ ଯିବା ସମୟରେ ଗେଟ୍ ପାଖକୁ ଛାଡ଼ିବାକୁ ଯାଇଥିଲେ । ତେବେ ସ୍ବାମି ଯାଇସାରିବା ପରେ ଗେଟ୍ ବନ୍ଦ କରୁଥିବା ସମୟରେ ଦୁଇଜଣ ଯୁବକ ପଲସର୍ ବାଇକରେ ଆସି ଦାସ ବାବୁ ଘର କୋଉଠି ବୋଲି ତାଙ୍କୁ ପଚାରି ଥିଲେ । ତେବେ ରଞ୍ଜିତା ଜାଣି ନାହାନ୍ତି ବୋଲି କହିବାରୁ ହଠାତ୍ ତାଙ୍କ ଗଳାରୁ ସୁନାଚେନକୁ ଝାମ୍ପି ନେଇ ପଳାଇଥିଲେ ଦୁଇ ଦୁର୍ବୃତ୍ତ। 

ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ବେଳେ ସେ ହରାଇଥିବା ସୁନା ଚେନଟି ୧୬ଗ୍ରାମ ଏବଂ ସାଙ୍ଗରେ ଗୋଟିଏ ସୁନା ଲୋକେଟ ଥିଲା । ଏହାର ଅନୁମାନିକ ମୂଲ୍ୟ ପାଖା ପାଖି ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ତେବେ ଏହି ଘଟଣାରେ ଟାଉନ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି । ଆଶ୍ଚର୍ଯ୍ୟକର ଘଟଣା ଏହି କି ଯେ ଗୋଟିଏ ଦିନ ପୂର୍ବରୁ ଟାଉନ ଥାନା ସମୁଖରୁ ମେଡିସିନ ଦୋକାନରୁ ତାଲାଭାଙ୍ଗି ଦୁର୍ବୃତ୍ତ ମାନେ ଚୋରି କରିଥିଲେ । ଏହି ଘଟଣା ଲୋକଙ୍କ ମନରୁ ଲିଭିନଥିବ ବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ତେବେ ବାରମ୍ବାର ବାରିପଦା ସହର ମଧ୍ୟରେ ଚୋରି ଘଟଣା ବଢିଯାଇ ଥିବାରୁ ଟାଉନ ପୋଲିସର ମୁଣ୍ଡ  ଵ୍ୟଥାର କାରଣ ପାଲଟିଛି ।

   Related Posts