Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ପାର୍ବଣ ଋତୁରେ ପୁଣି ଶସ୍ତା ହେଲା ସୁନା ଓ ରୂପା, ଜାଣନ୍ତୁ ଆଜି କେତେ ରହିଛି ମୂଲ୍ୟ…

28/09/2019 at 1:39 PM

ନୂଆଦିଲ୍ଲୀ୨୮|୯: ପର୍ବପର୍ବାଣୀ ଆରମ୍ଭ ହେବା ମାତ୍ରେ ସୁନା ଓ ରୂପା ଦର ହ୍ରାସ ହୋଇଥାଏ। ପୂଜା ବଜାରକୁ ଲକ୍ଷ୍ୟକରି ଗ୍ରାହକଙ୍କ ପାଇଁ ରିହାତି ଅଫର ଦିଆଯାଇଥାଏ। ପୂଜା ବଜାରରେ ସବୁ ପ୍ରକାର ଜିନିଷ ଉପରେ ରିହାତି ଅଫର ମିଳିଥାଏ। ଏହାସହ ସୁନା ଓ ରୂପା ଉପରେ ମଧ୍ୟ ଗ୍ରାହକଙ୍କୁ ଅଳଙ୍କାରର ଗଢ଼ା ମଜୁରିଠାରୁ ଆରମ୍ଭକରି ବିଭିନ୍ନ ଡିଜାଇନର ଅଳଙ୍କାର ଉପରେ ରିହାତି ଅଫର ମିଳିଥାଏ। ଏବେ ସୁଦ୍ଧା ପର୍ଯ୍ୟୟ କ୍ରମେ ଲଗାତର ତିନିଦିନ ହେବ ସୁନା ଓ ରୂପାର ହ୍ରାସ ମୂଲ୍ୟକୁ ରେକର୍ଡ କରାଯାଇଛି। ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ସୁନା ଦର ହ୍ରାସ ପାଇ ୩୮୫୬୪ ଟଙ୍କାରେ ପହଞ୍ଚିଛି। ଅର୍ଥାତ ୧୦ ଗ୍ରାମରେ ୧୨୧ଟଙ୍କ ସୁନାଦର କମିଛି । ସେହିପରି ରୂପାର ମୂଲ୍ୟ ହ୍ରାସ ହୋଇ ୮୫୧ ଟଙ୍କାରେ ପହଞ୍ଚିଛି।

ସୁନା ଦର ହ୍ରାସ ହେବାର କାରଣ ଏବେ ଶେୟାର ବଜାରରେ ଦ୍ରୁତଗତି ବୃଦ୍ଧି ପାଉଛି। ଶେୟାର ବଜାର ବୃଦ୍ଧି ହେବାଫଳରେ ପୁଣି ଥରେ ଗ୍ରାହକ ଇକ୍ବିଟି ବଜାର ଆଡ଼କୁ ଧ୍ୟାନ ଦେଇଛନ୍ତି। ଯାହାଫଳରେ ସୁନା ଦର ୧୦ ଗ୍ରାମ ପ୍ରତି ୧୨୧ ଟଙ୍କା ହ୍ରାସ ହୋଇ ୩୮୫୬୪ ଟଙ୍କାରେ ପହଞ୍ଚିଛି। ସେହିପରି ଗୁରୁବାର ୧୦ ଗ୍ରାମ ସୁନା ପ୍ରତି ୪୯୭ ଟଙ୍କା ହ୍ରାସ ହୋଇ ୩୮୬୮୫ ଟଙ୍କାରେ ପହଞ୍ଚିଥିଲା।

ଶେୟାର ବଜାରର କାରବାର ବୃଦ୍ଧି ଯୋଗୁଁ ସୁନା ଓ ରୂପା ଦର ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି। ଦିଲ୍ଲୀରେ ରୂପା ଦର ମଧ୍ୟ ହ୍ରାସ ପାଇଛି। ଏକ କିଲୋ ରୂପାର ମୂଲ୍ୟ ୪୭,୨୩୫ ଟଙ୍କାରୁ ହ୍ରାସକରି ୪୬,୩୮୪ ଟଙ୍କାରେ ପହଞ୍ଚିଛି।

   Related Posts