ଏଇ ମାସରେ ଆଜି ସୁଦ୍ଧା ୫୫୦୦ ଟଙ୍କା କମିିଲାଣି ସୁନା, ରୂପା ବି ଶସ୍ତା

Published By : Prameya-News7 Bureau | September 29, 2020 IST

ନୂଆଦିଲ୍ଲୀ ୨୯।୦୯: ଅନ୍ତରାଷ୍ଟ୍ରୀୟସ୍ତରରେ ଡଲାରର ଚାହିଦା ବଢିବାରୁ ସୁନା ଦାମ କ୍ରମାଗତ ହ୍ରାସ ହେବାରେ ଲାଗିଛି। ହେଲେ ମଙ୍ଗଳବାର ବିଦେଶୀ ବଜାରରେ ସୁନାଗହଣା ବିକ୍ରିପଟା ଅଧିକ ହେବାରୁ ଏହାର ଦାମରେ ବୃଦ୍ଧି ଘଟିଛି। ଯାହାର ପ୍ରଭାବ ଦିଲ୍ଲୀର ସରାଫା ବଜାର ଉପରେ ପଡିଛି। ଏଠାରେ ୧୦ ଗ୍ରାମ ସୁନାର ମୂଲ୍ୟ ୬୬୩ ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପଟେ ରୂପାର ଦାମ କିଲୋଗ୍ରାମ ପିଛା ୧୩୨୧ ଟଙ୍କା ବୃଦ୍ଧି ଘଟିଛି।

ଏଚଡିଏଫସି ସିକ୍ୟୁରିଟିଜ୍ ଅନୁଯାୟୀ, ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧ ସୁନାର ଦାମ ୧୦ ଗ୍ରାମ ପିଛା ୬୬୩ ଟଙ୍କା ବଢି ୫୧,୩୬୭ରେ ପହଞ୍ଚିଛି। ସୁନା ପରି ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ମଙ୍ଗଳବାର ଏକ କିଲୋଗ୍ରାମ ରୂପାର ଦାମ ୧୩୨୧ ଟଙ୍କା ବଢି କିଲୋଗ୍ରାମ ପ୍ରତି ୬୧,୯୧୯ ଟଙ୍କାରେ ପହଞ୍ଚିଛି। ଗତକାଲି ଏକି କିଲୋଗ୍ରାମ ରୂପାର ମୂଲ୍ୟ ୬୦,୫୯୮ ଟଙ୍କା ରହିଥିଲା।

ମୋଟ୍ ଉପରେ ସେପ୍ଟେମ୍ବର ମାସରେ ସୁନା ଦର ରେକର୍ଡ ୫୬,୨୦୦ ଟଙ୍କାରେ ପହଞ୍ଚିବା ପରେ ଧିରେ ଧିରେ ହ୍ରାସ ହୋଇ ୫୧ ହଜାରକୁ ଖସି ଆସିଛି। ଏହି ସମୟରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୫୦୦ ଟଙ୍କା ଶସ୍ତା ହୋଇଛି।

{"id":336227,"sizeSlug":"large"}

ବିଶେଷଜ୍ଞଙ୍କ ଅନୁଯାୟୀ ବିଦେଶୀ ବଜାର ସହିତ ଘରୋଇ ବଜାରରେ ମଧ୍ୟ ମଙ୍ଗଳବାର ସୁନା ଦାମ ବଢିଥିବା ଦେଖିବାକୁ ମିଳିଛି। ନିବେଶକଙ୍କ ନଜର ଆମେରିକା ରାଷ୍ଟ୍ରପତି ପଦର ପ୍ରାର୍ଥୀଙ୍କ ମଧ୍ୟରେ ହେବାକୁ ଥିବା ଡିବେଟ୍ ଉପରେ ରହିଛି। ଏହା ବ୍ୟତୀତ ଆମେରିକାରେ ରିଲିଫ ପ୍ୟାକେଜ୍‌ ସମ୍ବନ୍ଧିତ ନୂତନ ବିଧେୟକ ଉପରେ ମଧ୍ୟ ନିବେଶକଙ୍କ ନଜର ରହିଛି।

ଘରୋଇ ବଜାରରେ ସୁନାର ପ୍ରାରମ୍ଭିକ କାରବାରରେ କିଛିଟା ବୃଦ୍ଧି ଦେଖିବାକୁ ମିଳିଥିଲା। ଏମସିଏକ୍ସରେ ଉପରେ ସୁନା ଫ୍ୟୁଚର ୬୭ ଟଙ୍କା ବା ୦.୧୩ ପ୍ରତିଶତ ବୃଦ୍ଧି ହୋଇ ୧୦ ଗ୍ରାମ ପିଛା ୫୦,୨୦୦ ଟଙ୍କା ହୋଇଛି। ଅକ୍ଟୋବର ଫ୍ୟୁଚର ସୋମବାର ଦିନ ୧୦ ଗ୍ରାମ ପ୍ରତି ୫୦,୧୩୩ରେ  ଟଙ୍କା ବନ୍ଦ ହୋଇଛି। ମଙ୍ଗଳବାର ରୂପା ଦାମରେ ବୃଦ୍ଧି ଦେଖିବାକୁ ମିଳିଛି। ଏମସିଏକ୍ସର ପ୍ରାରମ୍ଭିକ କାରବାରରେ ରୂପା ୨୮୯ ଟଙ୍କା ଅର୍ଥାତ ୦.୪୮ ପ୍ରତିଶତ ବଢି କିଲୋଗ୍ରାମ ପିଛା ୬୦,୬୮୫ ଟଙ୍କାରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.