ବହୁତ ଶସ୍ତା ହେଲା ସୁନା ଓ ରୂପା ଦର ,ଜାଣନ୍ତୁ କେତେ କମିଲା ଏହି ଚମକ ଧାତୁର ଦର

Published By : Prameya-News7 Bureau | September 15, 2019 IST

ନୂଆଦିଲ୍ଲୀ - ସୁନା ଓ ରୂପା ଦର ଗତ କିଛି ମାସ ତଳେ ବୃଦ୍ଧି ପାଇବାରେ ଲାଗିଥିଲା । ସୁନା ୧୦ ଗ୍ରାମକୁ ୪୦ହଜାର ଟଙ୍କା ପାର କରିଥିଲା । ଏବେ କିନ୍ତୁ ଗତ କିଛି ସପ୍ତାହ ହେବ ଉଭୟ ସୁନା ଓ ରୂପା ଦର ହ୍ରାସ ପାଇବାରେ ଲାଗିଛି । ଧିରେ ଧିରେ ଟଙ୍କା ଡଲାର ତୁଳନାରେ ମଜବୁତ ହେଉଥିବାରୁ ସୁନା ଓ ରୂପା ଦର ହ୍ରାସ ପାଇଛି । ଶନିବାରରେ ନୂଆଦିଲ୍ଲୀର ଅଳଙ୍କାରର ବଜାର ସରଫା ବଜାରରେ ରୂପା ପ୍ରତିକିଲେ ୨୦୫୦ ଟଙ୍କା ହ୍ରାସ ପାଇଛି ।

ରୂପା ଗତ ୧୮ ଦିନ ମଧ୍ୟରେ ସବୁଠାରୁ ଶସ୍ତା ହୋଇଛି । ରୂପା କିଲୋ ସେପ୍ଟେମ୍ବର ୫ ତାରିଖରେ ୫୦ ହଜାର ଟଙ୍କା ପାର କରିଥିଲା । ସୁନା ବି ୪୦ ହଜାର ଟଙ୍କା ପାର କରିଥିଲା । ସେପ୍ଟେମ୍ବର ୧୪ ତାରିଖରେ ଦିଲ୍ଲୀରେ ସୁନା ପ୍ରତି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦର ୩୫,୮୪୦ ଟଙ୍କା ଓ ୨୪ କ୍ୟାରେଟ ସୁନାଦର ୩୭,୬୨୦ ଟଙ୍କାରେ ପହଞ୍ଚିଛି । ।ରୂପାଦର ପ୍ରତି କିଲୋ ହ୍ରାସ ପାଇ ୪୮,୭୬୩ ଟଙ୍କାରେ ପହଞ୍ଚିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ବି ସୁନା ଓ ରୂପା ଦର କମିଛି । ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଶୁକ୍ରବାରରେ ପ୍ରତି ଆଉନସ୧୪୮୮.୪୫ରେପହଞ୍ଚିଯାଇଛି । ଆଗରୁ ଏହା ପ୍ରତିଆଉନସ୍‌ ୧୫୦୫.୧୧ରେ ପହଞ୍ଚିଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.