Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୁଣି କମୁଛି ସୁନା ଚାନ୍ଦି ଦର,ଟଙ୍କା ହେଲା ଡଲାର ତୁଳନାରେ ମଜବୁତ- ଜାଣନ୍ତୁ ଏବେ କେତେ ଦର ରହିଛି

ନୂଆଦିଲ୍ଲୀ – ଏବେ ସୁନା ଓ ଚାନ୍ଦି ବା ରୂପାର ଦର ହ୍ରାସ ପାଇବାକୁ ଲାଗିଛି । ପୂଜା ବଜାର ଚଳ ଚଞ୍ଚଳ ହେଉଥିବା ବେଳେ ସୁନା ଓ ରୂପା ଦର ହ୍ରାସ ପାଉଛି। ସେପ୍ଟେମ୍ବର ୫ ତାରିଖରେ ସୁନା ଦାର ପ୍ରତି ୧୦ ଗ୍ରାମକୁ ୪୦ ହଜାର ପାର କରିଥିଲା । ସେହିପରି ରୂପା ଦର କିଲୋପ୍ରତି ୫୦ ହଜାର ଟଙ୍କା ପାର କରିଥିଲା ।
ନୂଆଦିଲ୍ଲୀରେ ବୁଧବାରରେ ସୁନା ୧୦ ଗ୍ରାମ ପ୍ରତି ୩୮ ହଜାର ୬୭୬ ଟଙ୍କା ହୋଇଯାଇଥିବା ବେଳେ ରୂପା କିଲୋପ୍ରତି ୪୭,୬୯୦ ଟଙ୍କା ହୋଇଯାଇଛି ।

ଦିଲ୍ଲୀରେ ଶୁଦ୍ଧ ସୁନା ବା ୨୪ କ୍ୟାରେଟ୍‌ ସୁନା ଦର ବି ହ୍ରାସ ପାଇଛି । ଏହା ୨୧୫ ଟଙ୍କା କମିଛି । ରୂପା ଦର ବି ୭୭୦ ଟଙ୍କା କମିଛି । ନୂଆଦିଲ୍ଲୀରେ ବୁଧବାରରେ ରୂପା କିଲୋ ପ୍ରତି ୪୭,୬୯୦ ଟଙ୍କା ରହିଛି ।

ସେହପରି ଟଙ୍କା ବି ମଜବତ ହୋଇଛି । ଡଲାର ତୁଳନାରେ ଟଙ୍କା ୩୫ ପଇସା ମଜବୁତ ହୋଇଛି ।ବୁଧବାରରେ ଏକ ଡଲାର ୭୧.୪୩ ଟଙ୍କା ବିନିମୟ ମୂଲ୍ୟରେ କାରବାର ଚାଲିଥିଲା ।

1795 Views

   ସମ୍ବନ୍ଧିତ ଖବର