Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • କଟକ : ଟ୍ରେନିଂ ପାଇଁ ଦିଲ୍ଲୀରୁ ଆସି କଟକ ଷ୍ଟେସନରେ ଯବାନ ନିଖୋଜ, ସ୍ବିଚ୍ ଅଫ୍ ଆସୁଛି ମୋବାଇଲ୍
  • ||
  • ଝାରସୁଗୁଡା : ଝାରସୁଗୁଡା କୋଲାବିରା ଅଞ୍ଚଳରେ ହାତୀ ଉପଦ୍ରବ, ଭାଙ୍ଗିଲେ ଘର ପାଚେରୀ
  • ||

ଟଙ୍କା ମଜଭୁତ, ଖସୁଛି ସୁନା-ରୂପା ଦର

13/01/2020 at 9:27 PM

ନୂଆଦିଲ୍ଲୀ ୧୩।୧: ସୁନା-ରୂପା ଗହଣା କିଣୁଥିବା ଲୋକମାନଙ୍କ ପାଇଁ ଖୁସିର ଖବର । ବିଦେଶୀ ବଜାରରେ କିଣାବିକା ଓ ଟଙ୍କାର ସ୍ଥିତି ମଜୁବତ ଥିବାରୁ ସୋମବାର ତୃତୀୟ ଦିନ ଘରୋଇ ବଜାରରେ ସୁନା ଦର ହ୍ରାସ ହୋଇଛି । ସୋମବାର ସୁନା ୧୦ଗ୍ରାମ ପିଛା ୨୩୬ଟଙ୍କା ଖସି ଥିବା ବେଳେ ରୂପା ୩୭୬ଟଙ୍କା ହ୍ରାସ ହୋଇଛି ।

ରାଜଧାନୀ ଦିଲ୍ଲୀ ସରଫା ବଜାରରେ ମଧ୍ୟ ସୁନାଦର ହ୍ରାସ ହୋଇଛି । ଇରାନ୍‌ ଓ ଆମେରିକାର ମଧ୍ୟରେ ଉତ୍ତେଜନା ଯୋଗୁ ସୁନାଦର ପ୍ରତି ୧୦ ଗ୍ରାମ ୪୧ ହଜାର ଟଙ୍କା ପାର କରିଥିଲା ।ତେବେ ବର୍ତ୍ତମାନ ଗ୍ରାହକଙ୍କୁ ଚଢା ଦରରୁ ଅଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି । ଏକ ଘରୋଇ ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଅଧିକାରୀ କହିଛନ୍ତି ଯେ, ଡଲାର ମୁକାବିଲାରେ ଟଙ୍କା ମଜବୁତ ହେବା ଓ ବିଦେଶରେ ସୁନାର ପ୍ରଚୁର ବିକ୍ରି ଯୋଗୁଁ ଭାରତରେ ସୁନା ଦର ହ୍ରାସ ହୋଇଛି ।

Beautifully crafted traditional Indian gold jewellery for women. The ornaments are known as bangles worn to hands and made up of 22 carat gold.

ସୋମବାର ଦିଲ୍ଲୀ ସରାଫା ବଜାରରେ ସୁନା ପ୍ରତି ୧୦ ଗ୍ରାମ ଦର ୪୦,୬୬୮ ଟଙ୍କାରୁ ହ୍ରାସ ପାଇ ୪୦,୪୩୨ ଟଙ୍କାରେ ପହଞ୍ଚିଛି। ପୂର୍ବ ଦାମରୁ ସୁନା ୧ ହଜାର ୮୨ ଟଙ୍କା ଶସ୍ତା ହୋଇଛି । ସେହିପରି ରୂପା ଦାମରେ ମଧ୍ୟ ହ୍ରାସ ଦେଖା ଦେଇଛି । ଦିଲ୍ଲୀ ସରଫା ବଜାରରେ ୧କେଜି ରୂପାର ଦାମ ୪୮,୦୧୧ ଟଙ୍କାରୁ ହ୍ରାସ ପାଇ ୪୭,୬୩୫ଟଙ୍କା ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ୧ହଜାର ୫୫୦ ଡଲାର୍ ପ୍ରତି ଆଉନ୍ସ  ଓ ରୂପା ୧୭.୯୭ ଡଲାର୍ ପ୍ରତି ଆଉନ୍ସ ରହିଛି ।

   Related Posts