୭୦୦ ଟଙ୍କା କମିଲା ସୁନାଦର , ରୂପା ବି କମିଲା

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ ୦୯।୦୧ - ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ସଙ୍କଟ ଦେଖା ଦେବାପରେ ସୁନାଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା । ଏବେ ପୁଣି ସୁନାଦର ହ୍ରାସ ପାଇଛି । ପ୍ରଥମେ ୬୦୦ ଟଙ୍କା ହ୍ରାସ ପାଇଥିବା ବେଳେ ଏ ୭୦୦ ଟଙ୍କା ହ୍ରାସ ପାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମ୍ସିଏକ୍ସରେ ସୁନାଦର ପ୍ରତି ୧୦ ଗ୍ରାମ ପ୍ରଥମେ ୦.୪ପ୍ରତିଶତ ହ୍ରାସ ପାଇ ୩୯,୯୬୬ ଟଙ୍କାରେ ପହଞ୍ଚିଥିଲା।

{"id":200621,"sizeSlug":"large"}

ରୂପାଦର ପ୍ରତି କିଲୋ ୧.୩ ପ୍ରତିଶତ ହ୍ରାସ ପାଇ ପ୍ରତି କିଲୋ ୪୬,୭୬୭ ଟଙ୍କାରେ ପହଞ୍ଚିଛି ।

ବିଶ୍ୱ ବଜାରରେ ସୁନାଦର ୭ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଆମେରିକାର ରାଷ୍ଟ୍ରପତି ଶାନ୍ତି କଥା କହିବା ପରେ ବିଶ୍ୱ ବଜାରରେ ସ୍ଥିରତା ଆସିଥିଲା । ଏହାପରେ ସୁନାଦର ପ୍ରତି ଆଉନସ୍‌ ୧୬ ଶହ ଆମେରିକୀୟ ଡଲାରରୁ ଖସି ୧୫୬୧ ଡଲାରରେ ପହଞ୍ଚିଛି ।

{"id":157986,"sizeSlug":"large"}

ଇରାନ୍‌ ବାଗଦାଦରେ ଥିବା ବିଭିନ୍ନ ଆମେରିକୀୟ ସୈନ୍ୟ ଆଡ୍ଡା ଉପରେ ମିସାଇଲ୍‌ ମାଡ କରିଥିଲା । ମାତ୍ର ଏଥିରେ ଆମେରିକାର କୌଣସି କ୍ଷତି ହୋଇ ନଥିବା ଟ୍ରମ୍ପ ଦାବି କରିଛନ୍ତି। ଆଞ୍ଚଳିକ ସୁରକ୍ଷା ପାଇଁ ଧର୍ଯ୍ୟର ସହ କାମ କରିବା ପାଇଁ କହିଛନ୍ତି । ଏବେ ଇରାନ୍‌ର ବୈଦଶିକ ମନ୍ତ୍ରୀ ଏବେ ଯୁଦ୍ଧ ସ୍ଥିଗତ ରଖାଯାଇଥିବା ଓ ଅଧିକ ଅଶାନ୍ତ ବାତାବରଣ ନ ହେବାପାଇଁ ସୂଚନା ଦେଇଛନ୍ତି ।

{"id":208635,"sizeSlug":"large"}

ଏହାପରେ ସେୟାର ମାର୍କେଟରେ ବି ସୁଧାର ଆସିଛି। ସୁନା ଓ ରୂପା ଦର ଆହୁରି ହ୍ରାସ ପାଇବା ବୋଲି ବିଶେଷଜ୍ଞାମାନେ ମତ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.