Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

କମିଲା ସୁନା ଦର, ଜାଣନ୍ତୁ କେତେ ରହିଛି ଦାମ୍ ?

11/12/2020 at 7:18 PM

ନୂଆଦିଲ୍ଲୀ, ୧୧/୧୨:     ଦେଶରେ ସୁନାର ଚାହିଦା ଗତ ୨ ଦିନ ହେଲା କମିଛି । ସୁନାର ଚାହିଦା କମିବା ଦ୍ୱାରା ଏହାର ପ୍ରଭାବ ଦର ଉପରେ ମଧ୍ୟ ପଡିଛି । ନିବେଶକମାନେ ମଧ୍ୟ ସୁନାରୁ ନିବେଶ ପ୍ରତ୍ୟାହାର କରିନେଇଛନ୍ତି । ଶୁକ୍ରବାର ସୁନା ୧୦ ଗ୍ରାମ୍ ପ୍ରତି ୦.୧୩ ପ୍ରତିଶତ ହ୍ରାସ ପାଇ ୪୯ ହଜାର ୦୧୫ ଟଙ୍କାରେ ପହଁଚିଛି ।

ମଲଟି କମୋଡିଟି ଏକ୍ସଚେଞ୍ଜ୍ରେ ଫେବ୍ରୁଆରୀ ୨୦୨୧ରେ ଆମଦାନୀ ହେବାକୁ ଥିବା ସୁନାର ଦାମ୍ ୬୨ ଟଙ୍କା ଅର୍ଥାତ ୦.୧୩ ପ୍ରତିଶତ ହ୍ରାସ ପାଇଛି । ସୁନା ଦର ଏବେ ୧୦ ଗ୍ରାମ୍ ପିଛା ୪୯,୦୧୫ ଟଙ୍କା ରହିଛି । ନ୍ୟୁୟର୍କରେ ସୁନା ୦.୦୧ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୮୩୭.୨୦ ଡଲାର ରହିଛି ।

ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନର ଓ୍ୱେବସାଇଟ୍ ଅନୁସାରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୯,୦୪୬ ହୋଇଯାଇଛି । ସେହିପରି ରୁପାର ଦାମ୍ କେଜି ପିଛା ରହିଛି ୬୨୨୩୨ ଟଙ୍କା ।

୨୪ କ୍ୟାରେଟ୍ ବିଶିଷ୍ଟ ସୁନାର ଦାମ୍ ୧୦ ଗ୍ରାମ୍ ପ୍ରତି ୪୯୦୪୬ ଥିବା ବେଳେ   ୨୨ କ୍ୟାରେଟର ଦାମ୍ ରହିଛି ୪୪୯୨୬ ଟଙ୍କା । ୨୩ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପିଛା  ୪୮୮୫୦ ଟଙ୍କା ଥିବା ବେଳେ ୧୮ କ୍ୟାରେଟର ଦାମ୍ ୩୬୭୮୫ ଟଙ୍କା ଓ ୧୪ କ୍ୟାରେଟର ଦାମ୍ ୨୮୬୯୨ ଟଙ୍କା ଅଛି ।

   Related Posts