ବିବାହ ଋତୁରେ କେତେ କମିଛି ସୁନା ଓ ରୁପାର ଦର ? ଜାଣନ୍ତୁ କ'ଣ ରହିଛି ଆଜିର ଦାମ୍

Published By : Prameya-News7 Bureau | April 24, 2021 IST

ନୂଆଦିଲ୍ଲୀ,୨୪/୦୪  :  ବିବାହ ଋତୁ ଆରମ୍ଭ ହୋଇଯାଇଛି । ଏହାମଧ୍ୟରେ ଦେଶରେ ସୁନା ଓ ରୁପା ଦରରେ ଅସ୍ଥିରତା ଦେଖିବାକୁ ମିଳିଛି । କେତେବେଳେ ଦାମ୍ କମୁଛି ତ ପୁଣି କେତେବେଳେ ଦର ବଢିଯାଉଛି । ମଲଟି କମୋଡିଟି ଏକ୍ସଚେଞ୍ଜରେ ଶନିବାର ଛୁଟି ଥିବାରୁ ସୁନା କାରବାର ହୋଇନାହିଁ । ତେବେ ଶୁକ୍ରବାର ସୁନାଦରେ ହ୍ରାସ ପରିଲକ୍ଷିତ ହୋଇଥିଲା ।

ସେହିପରି ଜୁନରେ ସୁନାର ଭବିଷ୍ୟତ ଦର ୨୧୨ ଟଙ୍କା ହ୍ରାସ ପାଇ ୪୭୫୬୦୦ରେ ପହଁଚିଯାଇଥିଲା । ସେହିପରି ରୁପା ମଧ୍ୟ ୫୦୮ ଟଙ୍କା ହ୍ରାସ ପାଇ ୬୮,୭୧୦ ଟଙ୍କାରେ ପହଁଚି ଯାଇଥିଲା ।

ବିଜନେସ୍ ଓ୍ୱେବସାଇଟ୍ ଗୁଡ୍ ରିଟର୍ଣ୍ଣସ୍ ଅନୁସାରେ, ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦାମ୍ ଦଶ ଗ୍ରାମ ପିଛା ୪୬୩୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ରହିଛି ୫୦୫୭୦ । ସେହିପରି ରୁପାର ଦାମ୍ ରହିଛି ୬୮୭୦୦ ଟଙ୍କା । ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ଦାମ୍ ୪୫୦୫୦ ଓ ୨୪ କ୍ୟାରେଟର ଦାମ୍ ୪୬୦୫୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ଦାମ୍ ୪୪୯୪୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ସୁନାର ଦାମ୍ ରହିଛି ୪୯୦୩୦ ଟଙ୍କା । ରୁପାର ଦାମ୍ କେଜି ପିଛା ସମସ୍ତ ସହରରେ ପ୍ରାୟ ସମାନ ରହିଛି ।

ଏପରି ଚେକ୍ କରିପାରିବେ ସୁନାର ଶୁଦ୍ଧତା

ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ୍ କରିବାକୁ ଚାହାଁନ୍ତି ତେବେ ସରକାର ଏଥିପାଇଁ ଏକ ଆପ୍ ପ୍ରସ୍ତୁତ କରିଛନ୍ତି । ଏହି ଆପ୍‌ର ନାଁ ବିସ୍ କେୟାର ଆପ୍ । ଏଥିରେ କେବଳ ସୁନାର ଶୁଦ୍ଧତା ନୁହେଁ ବରଂ ଏହାସହ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ । ଯଦି କୌଣସି ସୁନା ଜିନିଷର ଲାଇସେନ୍ସ, ହଲମାର୍କ ନମ୍ବର ଭୁଲ ଥାଏ ଗ୍ରାହକ ଏନେଇ ତୁରନ୍ତ ଆପ୍ ମାଧ୍ୟମରେ ଅଭିଯୋଗ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.