୧୦୦୦୦ ଟଙ୍କା ଶସ୍ତା ହେଲାଣି ସୁନା, ରୁପା ଦାମ୍ ବି କମିଛି, ଜାଣନ୍ତୁ ନୂଆ ଦର

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ, ୧୩/୦୭:  ଚମକ ହରାଉଛି ସୁନା । ଲଗାତର ଭାବେ ଖସୁଛି ସୁନା ଓ ରୁପାର ଦାମ୍ । ଯଦି ଆପଣ ସୁନା କିଣିବାକୁ ଚାହାଁନ୍ତି ତେବେ ଏହାଠୁ ଭଲ ସୁଯୋଗ ଆଉ କିଛି ହୋଇନପାରେ ।

ଗୁଡ୍ ରିଟର୍ଣ୍ଣସ୍ ଓ୍ୱେବସାଇଟ୍ ଅନୁସାରେ, ୨୨ କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ ପିଛା ରହିଛି ୪୬୭୧୦ ଟଙ୍କା । ସେହିପରି ରୁପା ଦାମ୍ ମଧ୍ୟ କମିଛି ।ଗତବର୍ଷ ଅଗଷ୍ଟରେ ଏମସିଏକ୍ସରେ ୧୦ ଗ୍ରାମ୍ ସୁନା ଦର ୫୬ ହଜାର ଛୁଇଁଥିଲା । ଯାହା ସର୍ବାଧିକ । ପରେ ଏହା କ୍ରମଶଃ ହ୍ରାସ ପାଇଥିଲା । ଏବେ ସୁନା ଦର ରହିଛି ୪୬୭୧୦ । ଅର୍ଥାତ ସର୍ବୋଚ୍ଚ ସ୍ତରରୁ ସୁନା ୧୦ ହଜାର ଟଙ୍କା ଶସ୍ତା ହେଲାଣି ।

ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ଦାମ୍ ରହିଛି ୪୬୮୦୦ ଟଙ୍କା । ସେହିପରି ମୁମ୍ବାଇରେ ରହିଛି ୪୬୭୧୦ ଟଙ୍କା । ଚେନ୍ନାଇରେ ୧୦ ଗ୍ରାମ ପିଛା ସୁନାର ଦର ୪୫୦୭୦ ଟଙ୍କା ଥିବା ବେଳେ କୋଲକାତାରେ ୪୭୩୭୦ ଟଙ୍କା ରହିଛି ।

ଏତତ୍ ବ୍ୟତୀତ ୨୪ କ୍ୟାରେଟ୍ ସୁନାର ଦାମ୍ ଦିଲ୍ଲୀରେ ମଙ୍ଗଳବାର ୫୦୮୫୦ ଟଙ୍କା ଥିବା ବେଳେ, ମୁମ୍ବାଇରେ ୪୭୭୧୦ ଟଙ୍କା, ଚେନ୍ନାଇରେ ୪୯୧୭୦ ଟଙ୍କା, କୋଲକାତାରେ ୫୦୭୦୭ ଟଙ୍କା ରହିଛି ।

ରୁପାର ଦାମ୍ କେଜି ପିଛା ଦିଲ୍ଲୀରେ ୬୯୧୦୦ ଟଙ୍କା ଥିବା ବେଳେ, ମୁମ୍ବାଇରେ ୬୯୧୦୦, ଚେନ୍ନାଇରେ ୭୩୮୦୦ ଓ କୋଲକାତାରେ ୬୯୧୦୦ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.