Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

୯୫୦୦ ଟଙ୍କା ଶସ୍ତା ହେଲାଣି ସୁନା, ରୁପା ଦାମ୍ ବି କମିଛି : ଜାଣନ୍ତୁ ଆଜିର ଦର

21/06/2021 at 11:47 AM

ନୂଆଦିଲ୍ଲୀ, ୨୧/୦୬ : ସୁନା କିଣିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ । କାରଣ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୭୦୦୦ ଟଙ୍କା ତଳକୁ ଖସି ଆସିଛି । ଏପରିକି ଗତ ୨ କାରବାର ଦିନରେ ସୁନାର ଦାମ୍ ୧୮୦୦ ଟଙ୍କା ଯାଏଁ ହ୍ରାସ ପାଇଛି । ସେହିପରି ରୁପାର ଦାମ୍ ମଧ୍ୟ ଅହେତୁକ ହ୍ରାସ ପାଇଛି ।

ଗତ ୨ କାରବାର ଦିନରେ ସୁନାର ଭବିଷ୍ୟତ ଦରରେ ଅସାମାନ୍ୟତା ପରିଲକ୍ଷିତ ହୋଇଥିଲା । ଶୁକ୍ରବାର ଦର ସାମାନ୍ୟ ବୃଦ୍ଧି ପାଇଥିଲେ ବି ପରେ ଖସିଥିଲା । ସୋମବାର ସୁନା ଏବେସୁଦ୍ଧା ୧୦ ଗ୍ରାମ୍ ପିଛା ୪୬୭୮୦ ଟଙ୍କାରେ କାରବାର କରୁଛି । ୩ ସପ୍ତାହ ତଳେ ୪୯୬୦୦ ଟଙ୍କା ଥିବା ଦାମରେ ୨୮୦୦ ଟଙ୍କା ହ୍ରାସ ପାଇଲାଣି ।

ଗତବର୍ଷ କରୋନା ସଙ୍କଟ ବେଳେ ନିବେଶକମାନେ ସୁନାରେ ଭଲ ନିବେଶ କରିଥିଲେ । ଅଗଷ୍ଟ ୨୦୨୦ରେ ଏମସିଏକ୍ସରେ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୫୬୧୯୧ରେ ପହଁଚି ଯାଇଥିଲା । ଯାହା ସବୁଠାରୁ ଅଧିକ ଥିଲା । ପରେ ଦର ଖସିଥିଲା । ସେବେଠାରୁ ଆଜି ମଧ୍ୟରେ ସୁନା ପ୍ରାୟ ୯୫୦୦ ଟଙ୍କା ଶସ୍ତା ହେଲାଣି ।

ସେହିପରି ରୁପାର ଦାମରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ରୁପା କେଜି ପ୍ରତି ପୂର୍ବ କାରବାର ଦିନରେ ୬୮୦୦୦ ଟଙ୍କା ଥିବା ବେଳେ ଆଜି ୨୦୦ ଟଙ୍କା ହ୍ରାସ ପାଇଛି । ସୋମବାର ରୁପା କେଜି ପିଛା ୬୭୪୦୦ ଟଙ୍କାରେ କାରବାର କରୁଛି । ଗତ ସପ୍ତାହ ତୁଳନାରେ ରୁପା ୪୫୦୦ ଟଙ୍କା ଶସ୍ତା ହୋଇଛି ।

ରୁପାର ଏବେସୁଦ୍ଧା ସର୍ବୋଚ୍ଚ ଦାମ୍ ହେଉଛି ୭୯୯୮୦ ଟଙ୍କା । କରୋନା ସଙ୍କଟ ବେଳେ ରୁପା ମଧ୍ୟ ଅଧିକ ଚମକି ଥିଲା । କିନ୍ତୁ ସେବେଠାରୁ ଏବେସୁଦ୍ଧା ରୁପା ପ୍ରାୟ ୧୩୬୦୦ ଟଙ୍କା ଶସ୍ତା ହୋଇସାରିଛି ।  

   Related Posts