ରାଜଧାନୀରେ କମିଲା ସୁନା, ବଢ଼ିଲା ରୁପା ଦର

Published By : Prameya-News7 Bureau | September 27, 2021 IST

ନୂଆଦିଲ୍ଲୀ, ୦୯।୦୯ : ଦିନକୁ ଦିନ ଚମକ ହରାଉଛି ସୁନା । କିଛିଦିନ ଧରି ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ କମିବା ପରେ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ପଡିଛି । ରୁପାର ଦାମ୍ କିନ୍ତୁ ସାମାନ୍ୟ ବଢିଛି। ସପ୍ତାହର ପ୍ରଥମ ଦିନରେ ଅର୍ଥାତ ସୋମବାର ସୁନାର ଦାମ୍‌ରେ ମାମୁଲି ହ୍ରାସ ହୋଇଛି । ଏହାପରେ ବି ସୁନା ୧୧ ହଜାରରୁ ଅଧିକ ଶସ୍ତା ହୋଇଛି ।   

ସୋମବାର ସୁନାର ଦାମ ୩୫ ଟଙ୍କା କମି ୧୦ ଗ୍ରାମ ପିଛା ୪୫,.୪୪୦ ଟଙ୍କା ହୋଇଯାଇଛି ଏବଂ ରୁପା କେଜି ପିଛା ୨୨ ଟଙ୍କା ବୃଦ୍ଧି ପାଇ ୬୩୪୮୬ରେ ପହଁଚି ଯାଇଛି । କିନ୍ତୁ ମଙ୍ଗଳବାର ରୁପାର ଦାମ୍‌ ମଧ୍ୟ ହ୍ରାସ ପାଇ ୫୮,୭୫୫ ଟଙ୍କାରେ ପହଁଚିଛି ।

ଦିଲ୍ଲୀ ସରଫା ବଜାରରେ ସୁନା ଏବେ ୪୫,୧୧୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ୨୦୨୦ରେ ସୁନା୫୬,୨୦୦ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ରହିଥିଲା । ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନାର ଦାମ୍‌ ୧୭୫୫ ଡଲାର ପ୍ରତି ଆଉନ୍ସ ରହିଛି । ସେହିପରି ରୁପାର ଦାମ୍‌ ଦିଲ୍ଲୀ ବଜାରରେ ୩୮୩ ଟଙ୍କା ବୃଦ୍ଧି ହୋଇଥିବା ଜଣାପଡ଼ିଛି । କେଜି ପ୍ରତି ଏହା ୫୯,୧୩୮ ଟଙ୍କା ରହିଛି । ଆନ୍ତର୍ଜାତିକ ବଜାରରେ ରୁପାର ଦାମ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । କିଗ୍ରା ପ୍ରତି ଏହା ୨୨.୬୦ ଡଲାର ରହିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.