ଦୁଇ ଦିନ ମୂଲ୍ୟ ବୃଦ୍ଧି ପରେ କମିଲା ସୁନା ଓ ରୂପା ଦର, ଜାଣନ୍ତୁ କେଉଁ ସହରରେ ରହିଛି କେତେ

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୬।୧: ଲଗାତାର ଦୁଇ ଦିନ ମୂଲ୍ୟ ବୃଦ୍ଧି ପାଇବା ପରେ ଆଜି ସୁନା ମୂଲ୍ୟ ହ୍ରାସ ପାଇଛି । MCXରେ ସୁନା ଏବଂ ରୂପା ଆଜି ଏକ ଚତୁର୍ଥାଂଶ ପ୍ରତିଶତ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।

MCX ସୁନା : ସୋମବାର ଦିନ ୧୨୦୦ ଟଙ୍କା ଏବଂ ମଙ୍ଗଳବାର ଦିନ ୩୦୦ ଟଙ୍କା ବୃଦ୍ଧି ସହ ସୁନାର MCXର ଫେବୃଆରୀ ଫ୍ୟୁଚର ଦୁଇ ଦିନରେ ୧୦ ଗ୍ରାମ ପିଛା ୧୫୦୦ ଟଙ୍କା ମହଙ୍ଗା ହୋଇଛି । ମାତ୍ର ଆଜି ସୁନା ଦର ହ୍ରାସ ପାଇଛି । ମଙ୍ଗଳବାର ଦିନ ୩୧୧ ଟଙ୍କା ବୃଦ୍ଧି ସହିତ ୫୧୭୨୦ ଟଙ୍କା ପ୍ରତି ୧୦ ଗ୍ରାମ ଲେଭଲରେ ବନ୍ଦ ହୋଇଯାଇଥିଲା । ସୁନା ମଙ୍ଗଳବାର ଦିନ ୫୧୭୮୦ଟଙ୍କାର ଗୋଟିଏ ଦିନରେ ଉଚ୍ଚ ସ୍ତରରେ ପହଞ୍ଚିଥିବା ବେଳେ ୫୧୩୩୩ ସର୍ବନିମ୍ନ ସ୍ତରରେ ମଧ୍ୟ ରହିଥିଲା ।

ଆଜି ସୁନା ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । MCX ଉପରେ ସୁନାର ଫେବୃଆରୀ ଫ୍ୟୁଚର ୧୬୦ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ସହ ଖୋଲିଥିଲା । ପ୍ରତି ୧୦ ଗ୍ରାମ ପିଛା ମୂଲ୍ୟ ୫୧୫୬୦ ଟଙ୍କାରେ ରହିଛି ।

MCX ରୂପା : ରୂପା ମୂଲ୍ୟ ସୋମବାର ଦିନ ୩ ପ୍ରତିଶତରୁ ହୋଇ ୭୦୧୮୦ ପ୍ରତି କିଲୋ ସ୍ତରରେ ବନ୍ଦ ହୋଇଥିଲା । ମଙ୍ଗଳବାର ଦିନ ରୂପା ମଧ୍ୟ ୮୦୦ ଟଙ୍କା ଅଧିକରେ ବନ୍ଦ ହୋଇଥିଲା । ରୂପା ମଙ୍ଗଳବାର ଦିନ ୭୦୯୬୩ଟଙ୍କା ଗୋଟିଏ ଦିନରେ ସର୍ବୋଚ୍ଚ ହୋଇଥିଲା । ଆଜି MCX ଉପରେ ମାର୍ଚ୍ଚ ଫ୍ୟୁଚର କିଲୋ ପ୍ରତି ୫୫୦ ଟଙ୍କାରୁ ଅଧିକ ଟଙ୍କା ହ୍ରାସ ସହ ଖୋଲିଥିଲା । ବର୍ତ୍ତମାନ ମୂଲ୍ୟ ୭୦୩୦୦ରୁ ଅଧିକ ଅଟେ । କିନ୍ତୁ ଯଦି ରୂପା ହ୍ରାସ ହୁଏ, ତେବେ ଗତକାଲିର ସମସ୍ତ ଲାଭ ବେକାର ହେବ ।

ପ୍ରମୁଖ ସହରରେ ସୁନା ଓ ରୂପା ମୂଲ୍ୟ :

Goodreturns.in ଅନୁଯାୟୀ ୪ଟି ମେଟ୍ରୋ ସହରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ କେତେ ରହିଛି ଜାଣନ୍ତୁ ।

ଦିଲ୍ଲୀ ୫୪,୭୦୦

ମୁମ୍ବାଇ ୫୧,୩୨୦

କୋଲକାତା ୫୩,୨୬୦

ଚେନ୍ନାଇ ୫୨,୯୫୦

୪ଟି ମେଟ୍ରୋ ସହରରେ ୧ କିଲୋଗ୍ରାମ ରୂପା ମୂଲ୍ୟ :

ଦିଲ୍ଲୀ ୭୦,୨୦୦

ମୁମ୍ବାଇ ୭୦,୨୦୦

କୋଲକାତା ୭୦,୨୦୦

ଚେନ୍ନାଇ ୭୪,୫୦୦

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.