୨ ହଜାର ଟଙ୍କା ଶସ୍ତା ସହ ୪୦ ହଜାର ତଳକୁ ଖସିଲା ସୁନା ଦର

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ, ୧୭|୦୩: କରୋନା ପ୍ରଭାବରେ ବିଭିନ୍ନ ବ୍ୟବସାୟ ଓ କାରବାର ଏକ ପ୍ରକାର ଠପ ହୋଇଯାଇଛି। ମଙ୍ଗଳବାର ସୁନା ଦର ୪୦ ହଜାର ଟଙ୍କା ତଳକୁ ଖସି ଆସିଛି। ସେହିପରି ରୁପାର ଦାମ ମଧ୍ୟ ଅହେତୁକ ହ୍ରାସ ପାଇଛି।

ଭାରତୀୟ ବଜାରରେ ୧୦ ଗ୍ରାମ ସୁନାର ଦାମ ୪୦ ହଜାର ଟଙ୍କା ତଳକୁ ଖସି ଆସିଛି। କରୋନା ପ୍ରଭାବରେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା  ରୁପାର ଦାମ ଉପରେ ଚାପ ସୃଷ୍ଟି ହୋଇଛି। ସୋମବାର ହାଜିର ବଜାରରେ ସୁନା ନଭେମ୍ବର ତୁଳନାରେ ପ୍ରାୟ ୫ ପ୍ରତିଶତ ଅର୍ଥାତ ଦୁଇ ହଜାର ଟଙ୍କା ଶସ୍ତା ହୋଇଥିଲା।

{"id":239765,"width":745,"height":557,"sizeSlug":"large"}

ଦିଲ୍ଲୀର ସରାଫା ବଜାରରେ ସୁନା ୧୦ ଗ୍ରାମ ପିଛା ୨୦୦୦ ଓ ରୁପା କେଜି ପିଛା ୬ ହଜାର ଟଙ୍କା ହ୍ରାସ ପାଇଛି। ଭାରତୀୟ ବଜାରର ସୁନା ୧୦ ଗ୍ରାମ ପିଛା ୩୯,୯୯୫ ହଜାର ଟଙ୍କା ରହିଥିବା ବେଳେ ରୁପା କେଜି ପିଛା ୩୬,୬୪୦ ଟଙ୍କାକୁ ଖସି ଆସିଛି। ଗତ ସପ୍ତାହରେ ଏଠାରେ ସୁନାର ଦାମ ୧୦ ଗ୍ରାମ ପିଛା ୪୨,୦୧୭ ଟଙ୍କା ରହିଥିଲା।

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଙ୍ଗଳବାର ସକାଳେ ସୁନା ୧୦ ଗ୍ରାମ ପ୍ରତି ୩୯,୬୫୦ ଟଙ୍କା ରହିଛି। ଆଗକୁ ସୁନା ୩୮ ହଜାରକୁ ମଧ୍ୟ ଖସିପାରେ ବୋଲି ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.