Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ଦିଲ୍ଲୀ ବଜାର ଖୋଲିଲା ସୁନା-ରୁପା କମିଲା, ଗହଣା ଦରରେ ଗ୍ରାହକ ଖୁସ୍

4/06/2020 at 6:31 PM

ନୂଆଦିଲ୍ଲୀ, ୦୪|୦୬: ସାରା ଦେଶରେ ଲକଡାଉନ୍ ପାଇଁ ମାର୍ଚ୍ଚ ୨୫ରୁ ବନ୍ଦ ଥିବା ନୂଆଦିଲ୍ଲୀର ସୁନା ବଜାର ପୁଣି ଖୋଲିଛି । ଗୁରୁବାର ଦିଲ୍ଲୀରେ ସୁନା ଦାମ ୧୦ ଗ୍ରାମ ପିଛା ୨୭୪ ଟଙ୍କା ହ୍ରାସ ପାଇଛି । ସେହିପରି ରୁପା ଦାମ୍ ମଧ୍ୟ କେଜି ପିଛା ୫୪୨ ଟଙ୍କା ହ୍ରାସ ପାଇଛି । ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଓ ରୁପାର ଦାମରେ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ଆସନ୍ତୁ ଜାଣିବା ନୂଆ ଦାମ୍ ବାବଦରେ ।

ଗୁରୁବାର ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ୍ ୨୭୪ ଟଙ୍କା ହ୍ରାସ ପାଇଛି । ଫଳରେ ସୁନାର ଦାମ ୪୭,୧୮୫ ଟଙ୍କାକୁ ଖସି ଆସିଛି । ଏହାର ପୂର୍ବଦିନ ଅର୍ଥାତ ବୁଧବାର ସୁନାର ଦାମ୍ ୧୦ ଗ୍ରାମ ପ୍ରତି ଥିଲା ୪୭,୪୫୯ ଟଙ୍କା । ଏବେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନାର ଦାମ୍ ଆଉନ୍ସ ପିଛା ୧୦୭୪ ଟଙ୍କା ବୃଦ୍ଧି ପାଇଛି ।

ଏତତ୍ ବ୍ୟତୀତ ରୁପାର ଦାମ ମଧ୍ୟ ହ୍ରାସ ପାଇଛି । କେଜି ପିଛା ୫୪୨ ଟଙ୍କା କମିଛି ରୁପା ଦାମ୍ । ଗୁରୁବାର ଦିଲ୍ଲୀ ଗହଣା ବଜାରରେ ରୁପା ଦାମ୍ କେଜି ପିଛା ୪୯,୫୫୮ ଟଙ୍କା ରହିଛି । ବୁଧବାର ଏହା ୫୦,୧୦୦ ଥିଲା । ତେବେ ଅନ୍ତରାଷ୍ଟ୍ରୀୟ ବଜାରରେ ରୁପା ଦାମ ଆଉନ୍ସ ପିଛା ୧୭.୬୨ ଡଲାର ରହିଛି ।

କାହିଁକି ଶସ୍ତା ହେଲା ସୁନା ଓ ରୁପା

ବିଶେଷଜ୍ଞଙ୍କ କହିବାନୁସାରେ, ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି । ତେଣୁ ଦିଲ୍ଲୀ ଗହଣା ବଜାରରେ ୨୪ କ୍ୟାରେଟ୍ ସୁନାର ଦାମ  ୧୦ ଗ୍ରାମ ପିଛା  ୨୭୪ ଟଙ୍କା ହ୍ରାସ ପାଇଛି । ଏବେ ଭାରତରେ ସୁନା ଦୋକାନ ଧିରେଧିରେ ଖୋଲିବାକୁ ଆରମ୍ଭ କରିଛି ।

   Related Posts