ଶସ୍ତା ହେଲା ସୁନା ଓ ରୁପା, ୫ ହଜାର ଟଙ୍କା କମିଲା ଦାମ୍

Published By : Prameya-News7 Bureau | September 22, 2020 IST

ନୂଆଦିଲ୍ଲୀ, ୨୨ ।୦୯:   ଡଲାର ତୁଳନାରେ ଚଙ୍କା ମଜବୁତ ହେବା ପରେ ଏହାର ପ୍ରଭାବ ସୁନା ଓ ରୁପା ଉପରେ ପଡ଼ିଛି । ଫଳରେ ଉଭୟ ସୁନା ଓ ରୁପା ଦର ଅହେତୁକ ହ୍ରାସ ପାଇଛି । ୫ହଜାର ଟଙ୍କାରୁ ଅଧିକ ହ୍ରାସ ପାଇଛି ରୁପା ଦର ।  ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୬୭୨ ଟଙ୍କା ହ୍ରାସ ପାଇଥିବା ବେଳେ ରୁପା କେଜି ପିଛା ୫୭୮୧ ଟଙ୍କା ହ୍ରାସ ପାଇଛି ।

ବିଶେଷଜ୍ଞଙ୍କ କହିବାନୁସାରେ, ବିଦେଶୀ ବଜାରରେ ସୁନାର ଦାମ୍‌ରେ ୩ ପ୍ରତିଶତରୁ ଅଧିକ ହ୍ରାସ ଘଟିଛି । ଫଳରେ ଏହା ଚଳିତ ମାସର ସର୍ବନିମ୍ନ ସ୍ତରେର ପହଁଚିଛି । କମେକ୍ସରେ ସୁନା ଦାମ୍ ଆଉନ୍ସ ପିଛା ୧୯୦୦ ଡଲାର ତଳେ ରହିଛି ।

ଏଚଡିଏଫସି ସିକ୍ୟୋରିଟିଜ୍ ଅନୁସାରେ, ଦିଲ୍ଲୀରେ ୯୯.୯ ପ୍ରତିଶତ ଶୁଦ୍ଧତା ଥିବା ସୁନା ୬୭୨ ଟଙ୍କା ହ୍ରାସ ପାଇ ୫୧,୩୨୮ରେ ପହଁଚିଛି । ସୋମବାର ସୁନାର ଦାମ୍ ୧୦ ଗ୍ରାମ ପିଛା ୫୨ ହଜାର  ଟଙ୍କା ଥିଲା ।

ସୁନା ଭଳି ରୁପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି । ମଙ୍ଗଳବାର ୧ କେଜି ରୁପାର ଦାମ୍ ୫୭୮୧ ଟଙ୍କା ହ୍ରାସ ପାଇ ୬୧,୬୦୬ରେ ପହଁଚିଛି । ସୋମବାର ରୁପାର ଦାମ୍ ୬୭,୩୮୭ ଥିଲା ।

ଦିଲ୍ଲୀ ଗହଣା ବଜାରରେ ୨୪ କ୍ୟାରେଟ୍ ସୁନାର ଦାମ୍ ୬୭୨ ଟଙ୍କା କମିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.