ଆଜି ସୁନା ବଢିଛି ୬୪୭ ଟଙ୍କା, ରୁପା କିଲୋ ୫୨ ହଜାର ପାଖରେ: ଦୀପାବଳିରେ ସୁନା ଛୁଇଁବ ୮୦ ହଜାର...

Published By : Prameya-News7 Bureau | July 01, 2020 IST

ନୂଆଦିଲ୍ଲୀ, ୦୧|୦୭:     ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ବୃଦ୍ଧି ପାଉଥିବା ବେଳେ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହୋଇଛି । ଏବେସୁଦ୍ଧା ସବୁଠାରୁ ଅଧିକ ଦାମରେ ପହଁଚିଛି ସୁନା । ୧୦ ଗ୍ରାମ ସୁନା ଏବେ ୫୦ ହଜାର ନିକଟତର ହୋଇଛି । ସେହିପରି ଏକ କେଜି ରୁପା ଦାମ ମଧ୍ୟ ୧୬୧୧ ଟଙ୍କା ବୃଦ୍ଧି ପାଇଛି । ମୁନାଫା ବଢୁଥିବାରୁ ନିବେଶକମାନେ ସୁନା ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି ।

ପ୍ରଥମ ଥର ପାଇଁ ରୁପା ଦାମ୍ ୫୦ ହଜାର ଟଙ୍କା ଅତିକ୍ରମ କରିଛି । ତେବେ ସୁନା ଭରି ଦର ଦୀପାବଳି ସୁଦ୍ଧା ୮୦ ହଜାର ଟଙ୍କା ଛୁଇଁପାରେ ବୋଲି ବିଶେଷଜ୍ଞମାନେ ଅନୁମାନ ଲଗାଇଛନ୍ତି । ଦିଲ୍ଲୀ ଗହଣା ବଜାରରେ ବୁଧବାର ସୁନା ଦର ୧୦ ଗ୍ରାମ ପିଛା ୪୯,୯୦୮ରେ ପହଁଚିଛି । ଏହାସହ ପୂର୍ବଦିନ ଅପେକ୍ଷା ସୁନା ଦାମରେ ୬୪୭ ଟଙ୍କା ବୃଦ୍ଧି ପାଇଛି । ମଙ୍ଗଳବାର ସୁନା ଦର ୪୯,୩୦୬ ଟଙ୍କା ରହିଥିଲା ।

ସୁନା ଭଳି ରୁପା ଦାମ ମଧ୍ୟ ଅହେତୁକ ବୃଦ୍ଧି ପାଇଛି । ଏକ କେଜି ରୁପା ଦର ୧୬୧୧ ଟଙ୍କା ବୃଦ୍ଧି ପାଇ ୫୧ ହଜାର ୮୭୦ରେ ପହଁଚିଛି ।  କରୋନା ଭାଇରସର ପ୍ରକୋପ ବଢିବାରୁ ନିବେଶକମାନେ ସୁନା ଉପରେ ଅଧିକ ନିବେଶ କରିବା ସହ କିଣୁଛନ୍ତି । ତେଣୁ ସୁନା ଦର ବୃଦ୍ଧି ପାଉଛି ।

ସାରା ବିଶ୍ୱରେ ଏବେ ଆର୍ଥିକ ସଙ୍କଟ ଦେଖିବାକୁ ମିଳିଛି । କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ସୁନା ଦାମ ୨ ହଜାର ଟଙ୍କା ଯାଏଁ ଶସ୍ତା ହୋଇପାରେ ବୋଲି ଆଉ କିଛି ବିଶେଷଜ୍ଞ କହୁଛନ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.