Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା

12/04/2021 at 11:09 AM

ନୂଆଦିଲ୍ଲୀ,୧୨/୦୪:   ପୁଣି କମିଲା ସୁନା ଓ ରୁପା ଦାମ୍ । ଏମସିଏକ୍ସରେ ସୁନାର ଦାମ୍ ୦.୦୩ ପ୍ରତିଶତ ହ୍ରାସ ପାଇଛି । ସେହିପରି ରୁପା ମଧ୍ୟ ୦.୧୫ ପ୍ରତିଶତ ଖସିଛି । ଯାହାର ଦାମ୍ ଘରୋଇ ବଜାର ଉପରେ ପଡିଛି ।

ସୁନା ୦.୦୩ ପ୍ରତିଶତ ହ୍ରାସ ପାଇ ୧୦ ଗ୍ରାମ ପିଛା ୪୬,୫୮୦ ଟଙ୍କାରେ ରହିଛି । ସେହିପରି ରୁପା ମଧ୍ୟ କେଜି ପିଛା ୬୬,୮୮୪ ଟଙ୍କାକୁ ଖସି ଆସିଛି । ଗତ କାରବାର ଦିନରେ ମଧ୍ୟ ସୁନା ୦.୫ ପ୍ରତିଶତ ହ୍ରାସ ପାଇଥିଲା ।

ଗତବର୍ଷ ଅଗଷ୍ଟରେ ସୁନା ସର୍ବାଧିକ ୫୬୨୦୦ ଟଙ୍କାରେ ପହଁଚିଥିଲା । ଏବେ କିନ୍ତୁ ସୁନାର ଚାହିଦା କମିଛି । ଦାମ୍ ମଧ୍ୟ ଖସିଛି । ୪୪ ହଜାର ସ୍ତରରେ ପହଁଚିଛି ଏହି ହଳଦିଆ ଧାତୁ । ଏହି ହିସାବକୁ ଦେଖିଲେ ସୁନା ୧୨୨୦୦ ଟଙ୍କା କମିଲାଣି । ଏବେ ଏହା ସର୍ବାଧିକ ମୂଲ୍ୟ ତୁଳନାରେ ୧୦ ହଜାର ଟଙ୍କା ଶସ୍ତାରେ ମିଳୁଛି ।

ଦିଲ୍ଲୀର ଗହଣା ବଜାରରେ ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୪୯,୨୮୦ ଟଙ୍କା ଥିବା ବେଳେ ଚେନ୍ନାଇରେ ୪୭,୭୨୦ ଟଙ୍କା ଓ ମୁମ୍ବାଇରେ ୪୫୭୨୦ ଟଙ୍କା ରହିଛି ।

ଅନ୍ତର୍ଜାତୀୟ ବଜାରରେ ମଧ୍ୟ ନିବେଶକମାନେ ସୁନା ବିକ୍ରି କରିଦେଉଛନ୍ତି । ଆମେରିକାରେ ସୁନାର କାରବାର ୫.୫୦ ଡଲାର ହ୍ରାସ ପାଇ ଆଉନ୍ସ ପିଛା ୧,୭୩୮.୫୨ ଡଲାର ରହିଛି । ରୁପା ୦.୧୧ ଡଲାର ହ୍ରାସ ପାଇ ୨୫.୧୫ ଡଲାର ସ୍ତରରେ ପହଁଚିଛି । ତେବେ ଏହି ସମୟରୁ ସୁନାରେ ନିବେଶ ପାଇଁ ପ୍ରକୃଷ୍ଟ ସମୟ ବୋଲି କୁହାଯାଉଛି । କାରଣ ଏବେ ନିବେଶ କଲେ ଏପ୍ରିଲ ମାସ ଶେଷରେ ଦାମ୍ ବଢିବାର ସମ୍ଭାବନା ରହିଛି । ଫଳରେ ଭଲ ଲାଭ ମିଳିପାରିବ ।

   Related Posts