ବୃଦ୍ଧି ପାଇଲା ସୁନା-ରୁପା ଦାମ, ଜାଣନ୍ତୁ କେତେ ରହିଛି ନୂଆ ଦର

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ, ୧୬|୦୪:  ବୁଧବାର ଭାରତରେ ସୁନାର ଦାମ ବୃଦ୍ଧି ପାଇଛି । ସୁନା ଦର ୧୦ ଗ୍ରାମ ପିଛା ୪୬,୭୮୫ରେ ପହଁଚିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ମେ ୩ ଯାଏଁ ଲକଡାଉନ ବୃଦ୍ଧି କରିବା ପରେ ନିବେଶକମାନେ ନିରାଶ ହୋଇଛନ୍ତି । ଏହାସହ ସୁନାରେ ସୁରକ୍ଷିତ ନିବେଶ ବଢାଇ ଦେଇଛନ୍ତି । ତେଣୁ ସୁନାର ଦାମ ବୃଦ୍ଧି ପାଇଛି । ଦେଶର ପ୍ରମୁଖ କମୋଡିଟି ମାର୍କେଟ୍ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଜୁନ ମାସରେ ଭବିଷ୍ୟତ ଦର ୧୦ ଗ୍ରାମ ପିଛା ୪୬,୩୭୬ ଟଙ୍କାରେ ରହିଛି । ସେହିପରି ରୁପାର ମେ ମାସରେ ଭବିଷ୍ୟତ ଦାମ ମଧ୍ୟ ୧.୧୨ ପ୍ରତିଶତ ବୃଦ୍ଧି ପାଇ କେଜି ପିଛା ୪୩,୮୦୭ରେ ପହଁଚିଛି ।

ବିଶ୍ୱର ଆର୍ଥିକ ମାନ୍ଦାବସ୍ଥା ଓ ବିଭିନ୍ନ ସରକାରଙ୍କ ପ୍ୟାକେଜ୍ ପାଇଁ ସୁନା ୭ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଁଚିଛି । କୋମକ୍ସରେ ସୁନା ୧୬୯୫-୧୭୫୦ ଡଲାର ମଧ୍ୟରେ ଓ ଘରୋଇ ବାରରେ ୪୬,୪୫୦-୪୭,୦୦୦ରେ ରହିଛି । ଆଇଏମଏଫ ମଙ୍ଗଳବାର କରୋନା ଭାଇରସ ପାଇଁ ବିଶ୍ୱର ଅର୍ଥ ବ୍ୟବସ୍ଥା ୩ ପ୍ରତିଶତ ହ୍ରାସ ପାଇବ ଯାହା ୧୯୩୦ ପରେ ସବୁଠାରୁ ଅଧିକ ବୋଲି କହିଥିଲା ।

{"id":255017,"width":744,"height":557,"sizeSlug":"large"}

କମୋଡିଟି ବିଶେଷଜ୍ଞ ଅନୁଜ ଗୁପ୍ତା କହିଛନ୍ତି ଯେ, ସୁରକ୍ଷିତ ନିବେଶ ସାଧନ ପାଇଁ ସୁନାର ଚାହିଦା ବୃଦ୍ଧି ପାଇଛି । ଲକଡାଉନ ଓ ଡଲାର ତୁଳନାରେ ଟଙ୍କା ହ୍ରାସ ପାଇବା କାରଣରୁ ଏବେ ସୁନାରେ ଅଧିକାଂଶ ନିବଶକ ନିବେଶ କରୁଛନ୍ତି । ସୁନା ଅତିଶୀଘ୍ର ୪୯ ହଜାରରୁ ୫୦ ହଜାର ଟଙ୍କା ଛୁଇଁପାରେ । ଅନ୍ତରାଷ୍ଟ୍ରୀୟ ବଜାରରେ ଏହା ୧୭୮୦ରୁ ୧୮୦୦ ଡଲାରରେ ପହଁଚିପାରେ । ମାର୍ଚ୍ଚ ୧୬ରେ ସୁନାର ଦାମ ୩୮,୪୦୦ ଥିବା ବେଳେ ଏବେ ଏଥିରେ ୨୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ରୁପା ମଧ୍ୟ ୩୩,୫୮୦ କେଜି ପିଛା ଥିଲା ବେଳେ ଏଥିରେ ମଧ୍ୟ ୩୨ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.