Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ଲକଡାଉନ ମଧ୍ୟରେ ବଢିଲା ସୁନା ଓ ରୁପା ଦାମ, ଜାଣନ୍ତୁ କଣ ରହିଛି ନୂଆ ଦର

3/04/2020 at 7:24 PM

ନୂଆଦିଲ୍ଲୀ, ୦୪|୦୩:  ସାରା ଦେଶକୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଲକଡାଉନ ହଟିବା ପରେ ବଜାରରେ କାରବାର ବୃଦ୍ଧି ପାଇବ । ଏହା ମଧ୍ୟରେ ଆସନ୍ତା ୨୬ ତାରିଖରେ ଅକ୍ଷୟ ତୃତୀୟ ପଡୁଛି । ତେବେ ସୁନାର ଦାମ ରବିବାର ସୁଦ୍ଧା ୧୦ ଗ୍ରାମ ପିଛା ୪୫ ହଜାର ଟଙ୍କା ହୋଇପାରେ ।

ଶୁକ୍ରବାର ସୁନାର ଦାମ ୪୪୮ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୩,୬୮୮ରେ ପହଁଚିଥିଲା । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ମଧ୍ୟ ସୁନାର ଦାମ ୪୪୮ ଟଙ୍କା ବୃଦ୍ଧି ପାଇଛି ।

ସେହିପରି ସୁନାର ଅଗଷ୍ଟରେ ଭବିଷ୍ୟତ ଦାମ ୪୬୦ ଟଙ୍କା ବୃଦ୍ଧି ପାଇ ୪୩,୪୮୦ରେ ପହଁଚିଛି । ତେବେ ବୈଶ୍ୱିକ ସ୍ତରର ସୁନାର ଦାମ ଆଉନ୍ସ ପିଛା ୩.୫୦ ପ୍ରତିଶତ ହ୍ରାସ ପାଇ ୧,୬୩୪. ୨୦ ଡଲାରରେ ପହଁଚିଯାଇଛି ।

ନୂଆ ଆର୍ଥିକ ବର୍ଷ ବା ଏପ୍ରିଲ ୧ରେ ସୁନାର ଦାମ ୩୦୧ ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୪୩୪୭୪ ଟଙ୍କାରେ ପହଁଚିଥିଲା । ରୁପା ଦାମ ମଧ୍ୟ କେଜି ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଶୁକ୍ରବାର ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନର ଓ୍ୱେବସାଇଟ ଅନୁସାରେ ୯୯୯ ସୁଦ୍ଧତା ବିଶିଷ୍ଟ ସୁନା ୨୦୧ ଟଙ୍କା ମହଙ୍ଗା ହୋଇ ୧୦ ଗ୍ରାମ ପିଛା ୪୩୬୭୫ରେ ପହଁଚିଛି । ସେହିପରି ରୁପାର ଦାମ ମଧ୍ୟ କେଜି ପିଛା ୧୦୬୦ ଟଙ୍କା ବୃଦ୍ଧି ପାଇଛି ।

   Related Posts