୭ ଦିନ ବଢିବା ପରେ ମଙ୍ଗଳବାର ହ୍ରାସ ପାଇଲା ସୁନା ଦର, ଜାଣନ୍ତୁ କଣ ରହିଛି ଦାମ୍

Published By : Prameya-News7 Bureau | July 28, 2020 IST

ନୂଆଦିଲ୍ଲୀ ୨୮।୦୭: ଅନ୍ତରାଷ୍ଟ୍ରୀୟ ବଜାରରେ ଚାହିଦା କମିବାରୁ ଦିଲ୍ଲୀର ସରାଫା ବଜାରରେ ମଧ୍ୟ ସୁନା ଦର ହ୍ରାସ ଘଟିଛି। ଲଗାତାର ସାତ ଦିନ ପରେ ମଙ୍ଗଳବାର ସୁନା ଦର ପ୍ରଥମ ଥର ହ୍ରାସ ପାଇଛି। ଦିଲ୍ଲୀରେ ସୁନା ୧୮୭ ଟଙ୍କା କମି ୧୦ ଗ୍ରାମ ପିଛା ୫୨,୮୪୬ ଟଙ୍କା ରହିଛି। ସୋମବାର ସୁନା ୧୦ ଗ୍ରାମ ପ୍ରତି ୫୩,୦୩୩ ଟଙ୍କା  ରହିଥିଲା।

ମଙ୍ଗଳବାର ରୂପା ଦାମ୍ ମଧ୍ୟ ହ୍ରାସ ପାଇଛି। ୧୯୩୩ ଟଙ୍କା ଦାମ କମି ରୂପା କିଲୋ ପିଛା ୬୪,୯୨୭ ଟଙ୍କା ରହିଛି। ସୋମବାର ଏହା କିଲୋ ପ୍ରତି ୬୬,୨୩୦ ଟଙ୍କା ରହିଥିଲା। ଏଚଡିଏଫସି ସିକ୍ୟୁରିଟିଜ ଅନୁଯାୟୀ ସାତ ଦିନର ଦର ବୃଦ୍ଧି ପରେ ସୁନା ଓ ରୂପା ଦରରେ ହ୍ରାସ ଘଟିଛି।

ଏଚଡିଏଫସି ସିକ୍ୟୁରିଟିଜର ବରିଷ୍ଠ ବିଶ୍ଳେଷକ ତପନ ପଟେଲ କହିଛନ୍ତି ଅନ୍ତରାଷ୍ଟ୍ରୀୟ ବଜାରରେ ହ୍ରାସର ପ୍ରଭାବ ଦିଲ୍ଲୀର ବଜାରରେ ମଧ୍ୟ ପଡିଛି। ରାଜଧାନିରେ ୨୪ କ୍ୟାରେଟ୍‌ ସୁନାର ଦାମ ୧୮୭ ଟଙ୍କା କମ ହୋଇଛି। ଅନ୍ତର୍ଜାତୀୟ ବଜାରେ ଦର ହ୍ରାସ ସହ ସୁନା ଅନ୍ସ ପ୍ରତି ୧୯୨୩ ଡଲାର ଏବଂ ରୂପା ଅନ୍ସ ପିଛା ୨୩.୬୦ ଡଲାର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.