ଅନ୍ତର୍ଜାତୀୟ ବଜାରରେ ଚାହିଦା କମ୍ : ପୁଣି ଶସ୍ତା ହେଲା ସୁନା ଓ ରୂପା , ଜାଣନ୍ତୁ କେତେ ବଜାର ଦର

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮।୦୨: ଗତକିଛି ଧରି ସୁନା-ରୂପା ଦର ବୃଦ୍ଧି ପାଇବା ପରେ ଏବେ ଲଗାତର ଭାବେ ହ୍ରାସ ପାଇବାକୁ ଲାଗିଛି ଦାମ୍ । ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ୍ ହ୍ରାସ ପାଇବା ପରେ ଘରୋଇ ମାର୍କେଟରେ ଦର ହ୍ରାସ ପାଇଛି । ଦିଲ୍ଲୀ ସର୍ରୋଫା ବଜାରରେ ସୁନା ୧୦ ଗ୍ରାମ ପ୍ରତି ଦାମ୍ ୨୨୨ ଟଙ୍କା ଖସିଥିବା ବେଳେ ରୂପା କିଲୋଗ୍ରାମ ପ୍ରତି ୬୦ଟଙ୍କା ହ୍ରାସ ପାଇଛି । ବଜାରରେ ଚାହିଦା କମୁଥିବା ଯୋଗୁଁ ସୁନା ଓ ରୂପା ଦାମ ଉପରେ ଲଗାତର ଭାବେ ହ୍ରାସ ପାଉଛି ।

{"id":230370,"sizeSlug":"large"}

ଦିଲ୍ଲୀ ସର୍ରୋଫା ବଜାରରେ ଶୁକ୍ରବାର ୯୯.୯ ପ୍ରତିଶତ ଶୁଦ୍ଧତା ଥିବା ୧୦ ଗ୍ରାମ ସୁନା ଦାମ୍ ୪୩,୫୮୦ ଟଙ୍କାରୁ ହ୍ରାସ ପାଇ ୪୩,୩୫୮ ଟଙ୍କା ହୋଇଛି । ଏହା ପୂର୍ବରୁ ଗୁରୁବାର ସୁନା ଦାମ୍ ୪୩,୪୩୫ ଟଙ୍କାରୁ ବୃଦ୍ଧି ପାଇ ୪୩,୫୧୩ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଥିଲା । ବୁଧବାର ସୁନା ଦାମ୍ ୪୩,୫୦୨ ଟଙ୍କା ପ୍ରତି ୧୦ ଗ୍ରାମକୁ ଆସିଯାଇଥିଲା ।

{"id":230372,"sizeSlug":"large"}

ସୁନା ଭଳି ରୂପା ଦାମ୍ ମଧ୍ୟ ଖସିଛି । ଶୁକ୍ରବାର ରୂପାର ନୂଆ ଦାମ୍ ୪୮,୧୯୦ ଟଙ୍କାରୁ ଖସି ୪୮,୧୩୦ ଟଙ୍କାକୁ ଆସିଯାଇଛି । ଏହା ପୂର୍ବରୁ ଗୁରୁବାର ୧ କିଲୋଗ୍ରାମ ରୂପାର ନୂଆ ଦାମ୍ ୩୫ ଟଙ୍କା ବୃଦ୍ଧି ପାଇ ୪୮,୧୩୦ ଟଙ୍କାରେ ପହଞ୍ଚି ଯାଇଥିଲା । ପୂର୍ବରୁ ବୁଧବାର ଦିଲ୍ଲୀ ସର୍ରୋଫା ବଜାରରେ ରୂପା ଦାମ୍ ହ୍ରାସ ପାଇ ୪୮,୧୪୬ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚି ଯାଇଥିଲା । ମଙ୍ଗଳବାର ରୂପା ୪୮,୯୭୪ ଟଙ୍କା ପ୍ରତି କିଲୋଗ୍ରାମ ଦରରେ ବନ୍ଦ ପଡିଯାଇଥିଲା ।

{"id":230373,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.