Wednesday, April 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶସ୍ତା ହେଲା ସୁନା ମୂଲ୍ୟ, ଜାଣନ୍ତୁ କେତେ କମିଛି

ଦିଲ୍ଲୀ ୧୪/୨ : ଲଗାତାର ଚତୁର୍ଥ ଦିନ ଧରି ସୁନା ମୂଲ୍ୟ ହ୍ରାସ ପାଇଛି | ଆଜି ପୁଣି ସୁନା ୫୦ ଟଙ୍କା କମିଛି | ଆଜି ସୁନା ମୂଲ୍ୟ ୧୦ ଗ୍ରାମକୁ ୩୪ ହଜାର ଅଛି | ସୁନାର ଦାବି କମିଯିବା ହେତୁ ମୂଲ୍ୟ ହ୍ରାସ ପାଇଥିବା ଗହଣା ବ୍ୟବସାୟୀ କହିଛନ୍ତି |


ସୁନା ସହ ରୂପା ମୂଲ୍ୟ ମଧ୍ୟ ହ୍ରାସ ପାଇଛି | ରୂପା ୧୫୦ ଟଙ୍କା ହ୍ରାସ ପାଇ କିଲୋଗ୍ରାମକୁ ୪୦ ହଜାର ୬୫୦ ଟଙ୍କା ହୋଇଛି | ରୂପା ମୂଲ୍ୟ ହ୍ରାସ ପାଇବା ଯୋଗୁଁ ବ୍ୟବସାୟୀଙ୍କ କାରବାର ଟିକେ ବୃଦ୍ଧି ପାଇଛି |


ଦେଶର ରାଜଧାନୀ ଦିଲ୍ଲୀରେ ୯୯.୯ ପ୍ରତିଶତ ୯୯.୫ ପ୍ରତିଶତ ଶୁଦ୍ଧ ସୁନା ୧୦ ଗ୍ରାମକୁ କ୍ରମଶଃ ୫୦ ଟଙ୍କା ହ୍ରାସ ପାଇ ୩୪ ହଜାର ଏବଂ ୩୩ ହଜାର ୮୫୦ ଟଙ୍କା ହୋଇଛି | ଗତ ୩ ଦିନ ହେଲା ସୁନା ମୂଲ୍ୟ ୨୩୦ ଟଙ୍କା ହ୍ରାସ ପାଇଛି |

2034 Views

   ସମ୍ବନ୍ଧିତ ଖବର