ପୁଣି ହ୍ରାସ ପାଇଲା ସୁନା ମୂଲ୍ୟ : ପ୍ରତି ୧୦ ଗ୍ରାମକୁ କମିଲା ୩୯୫ ଟଙ୍କା
29/03/2019 at 6:27 PM

ଦିଲ୍ଲୀ ୨୯/୩ : ଆଜି ସୁନା ଦର ପୁଣି ହ୍ରାସ ପାଇଛି | ରୂପା ଦର ମଧ୍ୟ ହ୍ରାସ ପାଇଛି | ସୁନା ଏବଂ ରୂପାର ଚାହିଦା କମିଯାଇଥିବାରୁ ମୂଲ୍ୟ ମଧ୍ୟ ବହୁତ ହ୍ରାସ ପାଇଛି | ରୂପା ୫୯୦ ଟଙ୍କା କମିଯାଇ କିଲୋ ପ୍ରତି ୩୮,୨୬୦ ଟଙ୍କା ହୋଇଯାଇଛି | ବଜାରରେ ସୁନାର ଚାହିଦା କମିଯାଇଥିବାରୁ ସୁନା ମୂଲ୍ୟ ମଧ୍ୟ ହ୍ରାସ ପାଇଛି | ସୁନା ୩୯୫ ଟଙ୍କା କମିଯାଇ ପ୍ରତି ୧୦ ଗ୍ରାମକୁ ୩୨,୭୦୦ ଟଙ୍କା ହୋଇଯାଇଛି | ଆନ୍ତଜାତିକ ବଜାର, ନ୍ୟୁୟର୍କରେ ସୁନା ମୂଲ୍ୟ ୧୨୮୭.୭୦ ଡଲାର ଥିବାବେଳେ ରୂପା ୧୫.୦୧ ଡଲାର ଅଛି |

୯୯.୯ ପ୍ରତିଶତ ଶୁଦ୍ଧ ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୩୨,୭୦୦ ଟଙ୍କା ହୋଇଥିବାବେଳେ ୯୯.୫ ପ୍ରତିଶତ ଶୁଦ୍ଧ ସୁନା ମୂଲ୍ୟ ୩୨,୫୩୦ ଟଙ୍କା ହୋଇଛି | ଗତକାଲି ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମକୁ ୩୩ ହଜାର ୯୫ ଟଙ୍କା ଥିଲା |
