ସୁନା ଦର ପୁଣି କମିଲା, ରୁପା ବି ହେଲା ଶସ୍ତା

Published By : Prameya-News7 Bureau | September 24, 2020 IST

ନୂଆଦିଲ୍ଲୀ, ୨୪ ।୦୯:  ଦିଲ୍ଲୀର ଅଳଙ୍କାର ବଜାରରେ ଲଗାତର ଚତୁର୍ଥ ଦିନ ସୁନା ଓ ରୁପାର ଦର କମିଛି । ବିଶ୍ୱ ବଜାରରେ ସୁନାର ଦାମ୍ କମିବା ଫଳରେ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି । ଗୁରୁବାର ଅଳଙ୍କାର ବଜାରରେ ସୁନା ୧୦ ଗ୍ରାମ୍ ପିଛା ୪୮୫ ଟଙ୍କା ଶସ୍ତା ହୋଇଥିବା ବେଳେ ରୁପା କେଜି ପିଛା ୨୦୦୦ ଟଙ୍କା କମିଛି । ଆମେରିକା ଡଲାର ସୁଦୃଢ ହେବା ସତ୍ୱେ ସୁନାଦର ଆଉନ୍ସ ପିଛା ୨ ପ୍ରତିଶତ କମି ୧୮୬୨ ଡଲାର ରହିଛି । ତେଣୁ ଘରୋଇ ବଜାରରେ ସୁନା କିଣିବା ଶସ୍ତା ହେବ ।

ଗତ ୪ ଦିନରେ ସୁନା ୧୦ ଗ୍ରାମ ପିଛା ପ୍ରାୟ ୨୫୦୦ ଟଙ୍କା ଶସ୍ତା ହେଲାଣି । ଗତ ମାସରେ ସୁନା ୯୫୦ ଟଙ୍କା ହ୍ରାସ ପାଇଥିଲା । ବୁଧବାର ରୁପା ଦାମ୍ ମଧ୍ୟ କେଜି ପିଛା ୨୭୦୦ ଟଙ୍କା ହ୍ରାସ ପାଇଛି ।

ଗୁରୁବାର ଦିଲ୍ଲୀ ଅଳଙ୍କାର ବଜାରରେ ରୁପା ଦାମ୍ ୨୦୮୧ ଟଙ୍କା ହ୍ରାସ ପାଇ ୬୦ ହଜାର ତଳକୁ ଖସିଛି । ରୁପା ଦାମ୍ ଏବେ କେଜି ପିଛା ୫୮,୦୯୯ ରହିଛି । ଏହାପୂର୍ବରୁ ରୁପା ଦର ୬୦,୧୮୦ ଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ରୁପା ଦର ଆଉନ୍ସ ପିଛା ୨୨.୧୨ ଡଲାର ରହିଛି ।

ସେହିପରି ସୁନା ମଧ୍ୟ ୪୫୦ ଟଙ୍କା ହ୍ରାସ ପାଇ ୫୦,୪୧୮ରେ ପହଁଚିଛି । ଏହାପୂର୍ବରୁ ସୁନା ଦର ୧୦ ଗ୍ରାମ୍ ପିଛା ୫୦,୯୦୩ ଟଙ୍କା ଥିଲା ।ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୮୫୪ ଡଲାର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.