Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଗହଣା କିଣିବା ହେବ ଶସ୍ତା, ୭୫୩ ଟଙ୍କା ଯାଏଁ କମିଲା ସୁନା ଓ ରୁପା ଦାମ୍

26/10/2020 at 6:14 PM

ନୂଆଦିଲ୍ଲୀ, ୨୬୧୦ଆମେରିକା ଡଲାର ମଜବୁତ ହେବା ପରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସୁନାର ଦାମ୍ ଖସିବାରେ ଲାଗିଛି । କମେକ୍ସରେ ସୁନାର ଦାମ୍ ହ୍ରାସ ପାଇ ୨ ସପ୍ତାହ ମଧ୍ୟରେ ସବୁଠାରୁ ନିମ୍ନ ସ୍ତରରେ ପହଁଚିଛି । ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି । ଘରୋଇ ବଜାରରେ ମଧ୍ୟ ସୁନାର ଦାମ୍ ହ୍ରାସ ପାଇଛି ।

ଦିଲ୍ଲୀ ଗହଣା ବଜାରରେ ସୋମବାର ସୁନାଦର ୧୦ ଗ୍ରାମ ପ୍ରତି ୫୧ ହଜାର ଟଙ୍କାରେ ପହଁଚିଛି । ସେହିପରି ରୁପାର ଦାମ୍ ମଧ୍ୟ ୭୫୩ ଗ୍ରାମ୍ ହ୍ରାସ ପାଇଛି ।

ଏଠାରେ କହି ରଖୁଛୁ ଯେ, ଗତ ଅଗଷ୍ଟରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୫୬୨୦୦ ଟଙ୍କା ଥିଲା । ସେବେଠାରୁ ଏବେଯାଏଁ ସୁନା ଦର ୫୫୦୦ ଟଙ୍କା ହ୍ରାସ ପାଇଲାଣି । ସେହିପରି ବିଶ୍ୱର ସବୁଠାରୁ ବଡ ଗୋଲ୍ଡ-ଏକ୍ସଚେଞ୍ଜ ଟ୍ରେଡେଡ୍ ଫଣ୍ଡ୍ ବା ଗୋଲ୍ଡ ଇଟିଏଫରେ ଏସଡିପିଆର ଗୋଲ୍ଡ ଟ୍ରଷ୍ଟର ହୋଲ୍ଡିଂ ଶୁକ୍ରବାର ୦.୧୪ ପ୍ରତିଶତ ହ୍ରାସ ପାଇ ୧୨୬୩.୮୦ ଟନ୍ ହୋଇଯାଇଛି ।

ସୋମବାର ଦିଲ୍ଲୀ ଗହଣା ବଜାରରେ ସୁନାଦର ୧୦ ଗ୍ରାମ ପିଛା ୫୯ ଟଙ୍କା ହ୍ରାସ ପାଇଛି । ଏବେସୁନା ଦର ୧୦ ଗ୍ରାମ ପିଛା ୫୧,୦୩୪ ରହିଛି । ଏହାପୂର୍ବରୁ ଦାମ୍ ୫୧,୦୯୩ ଟଙ୍କା ଥିଲା । ଅନ୍ତରାଷ୍ଟ୍ରୀୟ ବଜାରରେ ଦର ଆଉନ୍ସ ପିଛା ୧୯୦୧ ଡଲାର ରହିଛି । ତେବେ ଦୀପାବଳି ପରେ ସୁନା ଦାମ୍ ଆହୁରି ବଡିପାରେ । ଡିସେମ୍ବର ଶେଷ ସୁଦ୍ଧା ସୁନା ଦର ସର୍ବାଧିକ ଦାମ୍ ଛୁଇଁପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

   Related Posts