Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

୮୨୦୦ ଟଙ୍କା ଶସ୍ତା ହେଲା ସୁନା, ରୁପାର ଦାମ୍ ବି କମ୍ : ଏବେ ମିସକଲରେ ଜାଣିହେବ ନୂଆ ଦର

2/08/2021 at 11:48 AM

ନୂଆଦିଲ୍ଲୀ, ୦୨/୦୮ :   ସୁନା କିମ୍ବା ରୁପା କିଣିବାକୁ ଚାହୁଁଥିଲେ ଗ୍ରାହକଙ୍କ ପାଇଁ ଭଲ ଖବର । ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଇଛି । ରୁପାର ଦାମ୍ ମଧ୍ୟ କମିଛି । ସୋମବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମସିଇରେ ସୁନା ଦର ୦.୧୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ରୁପାର ଦାମ୍ ବି ୦.୩ ପ୍ରତିଶତ କମିଛି ।

ଏମସିଇରେ ସୁନା ସୋମବାର ୧୦ ଗ୍ରାମ ପିଛା ୪୭୯୨୬ ଟଙ୍କାରେ କାରବାର କରୁଥିବା ବେଳେ ରୁପାର ଦାମ କେଜି ପିଛା ରହିଛି ୬୭୮୬୫ ଟଙ୍କା ।  ଗତ ସପ୍ତାହରେ ସୁନା ପ୍ରାୟ ୪୦୦ ଟଙ୍କା କମିଥିଲା । ରୁପାର ଦାମ୍ ମଧ୍ୟ ଅହେତୁକ ହ୍ରାସ ପାଇଥିଲା ।

ଭାରତୀୟ ବଜାର ନୁହେଁ, ବିଶ୍ୱ ବଜାରରେ ବି ସୁନା ଚମକ ହରାଇଛି । ସୋମବାର କାରବାର ଦିନରେ ସୁନା ଆଉନ୍ସ ପିଛା ୧୮୦୯.୨୧ ଡଲାର ରହିଛି । ସେହିପରି ରୁପାର ଆଉନ୍ସ ପିଛା ଦାମ୍ ରହିଛି ୨୫.୩୭ ଡଲାର । ସେହିପରି ପ୍ଲାଟିନମର ଦାମ୍ ଆଉନ୍ସ ପିଛା ୦.୬ ପ୍ରତିଶତ ବୃଦ୍ଧି ପାଇ ୧୦୫୪.୭୨ ଡଲାର ହୋଇଯାଇଛି ।

ଗତବର୍ଷ ଅଗଷ୍ଟ ତୁଳନାରେ ଏବେ ସୁନାର ଦାମ୍ ୮୨୭୪ ଟଙ୍କା କମିଛି । ଗତବର୍ଷ ଅଗଷ୍ଟରେ ୧୦ ଗ୍ରାମ ସୁନାର ଦାମ ୫୬୨୦୦ ଟଙ୍କା ଥିଲା । ଯାହା ଏବେ ୪୭୯୨୬ ରହିଛି ।

ଇଏମଆଇ ଦ୍ୱାରା କିଣିହେବ ସୁନା

ଯଦି ଆପଣଙ୍କ ପାଖରେ ଟଙ୍କା କମ୍ ଅଛି କିନ୍ତୁ ଅଳଙ୍କାର ପସନ୍ଦ ଆସୁଛି ତେବେ ଆପଣ ଇଏମଆଇରେ କିଣିପାରିବେ । ଅଳଙ୍କାର କଣିବା ପାଇଁ ବିଭିନ୍ନ ସଂସ୍ଥା ଇଏମଆଇ ଅଫର ଦେଉଛନ୍ତି । ଏଥିପାଇଁ ୨୦ ପ୍ରତିଶତ ଡାଉନପେମେଣ୍ଟ କରିବାକୁ ହେବ । ଅର୍ଡର କରିବା ପରେ ୧୦ ଦିନ ମଧ୍ୟରେ ଅଳଙ୍କାରର ଡେଲିଭରୀ ହୋଇଯିବ ।

ମିସ୍ କଲ ଦେଇ ଜାଣିପାରିବେ ସୁନାର ଦର

ଯଦି ଆପଣ ଘରେ ବସି ସୁନାର ଦାମ୍ ବାବଦରେ ଜାଣିବାକୁ ଚାହୁଁଛନ୍ତି ତେବେ ଅତି ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ୮୯୫୫୬୬୪୪୩୩ ନମ୍ବରରେ କେବଳ ମିସ୍ କଲ୍ ଦେବାକୁ ପଡିବ । ଏହାପରେ ଆପଣଙ୍କ ମୋବାଇଲକୁ ଦର ବାବଦରେ ମେସେଜ୍ ଆସିଯିବ ।  

   Related Posts