Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ପାରାଦୀପ : ଟ୍ରେନ୍ ଲାଇନ୍ କଡରୁ ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍, ୩୩୭୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଳେଶ୍ବର : ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
  • ||

ସୁନାର ଡିମାଣ୍ଡ୍ ଅଛି କିନ୍ତୁ ଗହଣା ଦୋକାନକୁ ଯାଇହେଉନି, ଲକଡାଉନରେ ବଢିଛି ସୁନା-ରୁପାର ଡିଜିଟାଲ ବିକ୍ରି

19/07/2020 at 11:54 AM

ନୂଆଦିଲ୍ଲୀ, ୧୯।୦୭:  କରୋନା ଭାଇରସ ପାଇଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା ସଙ୍କଟରେ ରହିଛି । ଏହାମଧ୍ୟରେ ସୁନିଶ୍ଚିଚ ନିବେଶ ପାଇଁ ସୁନା ଓ ରୁପାର ଚାହିଦା ମଧ୍ୟ ବଢାଇବାକୁ ଅନେକ ପ୍ରୟାସ କରାଯାଉଛି । କିନ୍ତୁ ଲକଡାଉନ୍ ପାଇଁ ଅଳଙ୍କାର ଦୋକାନକୁ କମ୍ ଲୋକ ଆସୁଛନ୍ତି । ଏବେ ଅନେକ ଦୋକାନ ଅନଲାଇନରେ ନିଜର କାରବାର ଆରମ୍ଭ କରିଛନ୍ତି । ବଡବଡ ଦୋକାନୀ ଏହାକୁ ଅବସର ଭାବେ ଗ୍ରହଣ କରିଛନ୍ତି ।

ଓ୍ୱାର୍ଲଡ୍ ଗୋଲ୍ଡ କାଉନସିଲ୍ ତରଫରୁ ଜାରି କରାଯାଇଥିବା ଅନଲାଇନ୍ ଗୋଲ୍ଡ ମାର୍କେଟ୍ ଇନ୍ ଇଣ୍ଡିଆରେ କୁହାଯାଇଛି ଯେ, କରୋନା ପାଇଁ ଅଳଙ୍କାର ଦୋକାନର ମଡେଲରେ ପରିବର୍ତ୍ତନ କରାଯାଉଛି । ଅନଲାଇନ୍ ଚ୍ୟାନେଲକୁ ଆପଣାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ତେବେ ସୁନା ଅଳଙ୍କାରର ଅନଲାଇନ୍ ବିକ୍ରିରେ ଅନେକ ପ୍ରତିବନ୍ଧକ ରହିଛି । ଏଥିରେ ସାମଗ୍ରୀକୁ ସ୍ପର୍ଶ କରି ଦେଖିହେବ ନାହିଁ । ଏପରିକି ରିଫଣ୍ଡ ପଲିସି ମଧ୍ୟ ସାମିଲ ଅଛି । ଅନଲାଇନ୍ ଅଳଙ୍କାରର ମୂଲ୍ୟ ଅତିକମରେ ୨୫ ହଜାରରୁ ୩୦ ହଜାର ମଧ୍ୟରେ ହେବ । ଭାରତରେ ଅନଲାଇନ୍ ସୁନା ବଜାର ମାତ୍ର ୧ରୁ ୨ ପ୍ରତିଶତ ।

ତେବେ କରୋନା ପାଇଁ ସୃଷ୍ଟି ହୋଇଥିବା ନୂଆ ଚ୍ୟାଲେଞ୍ଜର ସାମ୍ନା ପାଇଁ ବ୍ୟବସାୟୀ ମଡେଲରେ ପରିବର୍ତ୍ତନ କରୁଛନ୍ତି । ୭୦ରୁ ୮୦ ପ୍ରତିଶତ ଗ୍ରାହକ ଯେଉଁମାନେ ଅନଲାଇନ୍ ସୁନା କିଣୁଛନ୍ତି ସେମାନଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ । ୪୫ ବର୍ଷରୁ ଅଧିକ ବୟସର ଗ୍ରାହକ ୧୦ରୁ ୩୦ ପ୍ରତିଶତ । ତେବେ ଅକ୍ଷୟ ତୃତୀୟା ଓ ଧନତେରାସରେ ସୁନା ଅଳଙ୍କାରର ଅନଲାଇନ୍ ବିକ୍ରି ଭଲ ହୋଇଥିଲା ।

   Related Posts