Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଲଗାତାର କମୁଛି ସୁନାଦର, ଜାଣନ୍ତୁ କେତେ ଅଛି ନୂଆଦର

19/11/2019 at 4:57 PM

ନୂଆଦିଲ୍ଲୀ ୧୯।୧୧ – ସୁନାଦର ଲଗାତର ଭାବେ ହ୍ରାସ ପାଉଛି । ମଙ୍ଗଳବାରରେ ବି ଏମ୍‌ସିଏକ୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାଦର ହ୍ରାସ ପାଇଥିଲା । ୨୪ କ୍ୟାରେଟ ସୁନାଦର ପ୍ରତି ଦଶ ଗ୍ରାମ ହ୍ରାସ ପାଇ ୩୮,୧୯୮ ଟଙ୍କାରେ ପହଞ୍ଚିଛି ।

ଏମ୍‌ସିଏକ୍ସେର ଶନିବାରରେ ରୂପା ଦର ବି ହ୍ରାସ ପାଇଥିଲା । ଏହା କିଲୋପ୍ରତି ୨୯୦ ଟଙ୍କା ହ୍ରାସ ପାଇ ୪୫,୨୫୦ ଟଙ୍କାରେ ପହଞ୍ଚିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ବି ସୁନାଦର ହ୍ରାସ ପାଇଛି । ସେପ୍ଟେମ୍ବର ମାସରେ ସୁନାଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ପାର କରିଥିଲା ।

ଗତ ସେପ୍ଟେମ୍ବର ତୁଳନାରେ ସୁନାଦର ପ୍ରାୟ ୫ ପ୍ରତିଶତ ହ୍ରାସ ପାଇଛି । ସେହିପରି ରୂପାଦର ପ୍ରାୟ ୬ ହଜାର ଟଙ୍କା ହ୍ରାସ ପାଇଛି ।
ଆମେରିକା ଓ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧରେ ଏବେ ସୁଧାର ଆସୁଥିବାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ଏବେ ସ୍ଥିରତା ଆସିବ ବୋଲି ଆଶା କରାଯାଉଛି ।

   Related Posts