ପୁଣି କମିଲା ସୁନା ଓ ରୁପାର ଦାମ, ଜାଣନ୍ତୁ ନୂଆ ଦର

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ, ୧୫|୦୩: ଭାରତରେ ସୁନା ଦର ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ସୁନା ଦର ଦଶ ଗ୍ରାମ ପିଛା ୪.୨୫ ପ୍ରତିଶତ ଅର୍ଥାତ ୧,୮୦୦ ଟଙ୍କା ହ୍ରାସ ପାଇଛି। ସେହିପରି ରୁପାର ଦାମରେ ମଧ୍ୟ କେଜି ପିଛା ୩,୬୭୯ ଟଙ୍କା ହ୍ରାସ ପାଇ ୪୦,୪୬୦ ଟଙ୍କାକୁ ଖସି ଆସିଛି। ଚଳିତ ସପ୍ତାହର ଆରମ୍ଭରେ ସୁନା ୧୦ ଗ୍ରାମକୁ ୪୫ହଜାର ଟଙ୍କା ରହିଥିଲା। ଏବେ ଏହା ଦଶ ଗ୍ରାମ ପିଛା ୪୦, ୪୧୬ ଟଙ୍କା ରହିଛି।

{"id":238747,"width":751,"height":562,"sizeSlug":"large"}

ବିଶେଷଜ୍ଞଙ୍କ କହିବାନୁସାରେ, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ମଧ୍ୟରେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ମଜବୁତ ହୋଇଛି। ଫଳରେ ଘରୋଇ ବଜାରରେ ସୁନାର ଦାମ ହ୍ରାସ ପାଇଛି। ଏକ ଡଲାର ଏବେ ୭୩.୯୧ ଟଙ୍କା ହୋଇଛି। ତେବେ ଭାରତରେ ସୁନାର ଦାମରେ ୧୨.୫ ପ୍ରତିଶତ ଉତ୍ପାଦ ଟିକସ ଓ ୩ ପ୍ରତିଶତ ଜିଏସଟି ସାମିଲ ରହିଛି।

{"id":238748,"width":765,"height":356,"sizeSlug":"large"}

ଅମ୍ବସ୍ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଅଭିଷେକ ବଂସଲ କହିଛନ୍ତି ଯେ, ସାରା ବିଶ୍ୱରେ ସୁନାର ଦାମରେ ହ୍ରାସ ପରିଲକ୍ଷିତ ହୋଇଛି। ଫଳରେ ନିବେଶକମାନେ ମାର୍ଜିନ କଲ୍ କରିବାକୁ ବାଧ୍ୟ ହେଉଛନ୍ତି। କରୋନା ଭାଇରସ ମଧ୍ୟ ଏହାର ଏକ ବଡ କାରଣ। ଏହି ଭାଇରସ ପାଇଁ କାରବାର ଠପ ହେବା ସହ ସୁନାର ଦାମ ଦ୍ରୁତ ଗତିରେ ଖସିବାରେ ଲାଗିଛି। ସାରା ବିଶ୍ୱରେ ସୁନା ବିକ୍ରିକୁ ନେଇ ଚାପ ରହୁଛି। ତେଣୁ ଏହି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.