୩ଟି ବାଇକ୍‌ରେ ଆସିଲେ ୬ ଦୁର୍ବୃତ୍ତ, ଦୋକାନୀକୁ ବନ୍ଧୁକ ଦେଖାଇ ଲୁଟିନେଲେ ସୁନା-ରୂପା

Published By : Prameya-News7 Bureau | December 02, 2021 IST

ବୋଲଗଡ, ୦୨/୧୨:  ବୋଲଗଡ ବ୍ଲକ ରାଜସୁନାଖଳା ଧଳାପଥର ରାସ୍ତାରେ ଥିବା ସୁନା ଦୋକାନରୁ ଲୁଟ୍‌ । ବନ୍ଧୁକ ଦେଖାଇ ଲୁଟେରା ଲୁଟି ନେଲେ ସୁନା । ମିଳିଥିବା ସୂଚନା ମୁତାବକ ୩ଟି ବାଇକରେ ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ସୁନା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ସୁନା-ରୂପା ଲୁଟି ନେଇଥିଲେ ।

ଅନ୍ୟପଟେ ଖୋର୍ଦ୍ଧା ଧଳାପଥର ବଜାରରେ ଥିବା ନାରାୟଣୀ ଜୁଏଲାରୀରେ ବୋମା ମାଡ଼ କରି  ବନ୍ଧୁକ ଦେଖାଇ ଦୋକାନ ଭିତରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ବେଗୁନିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲାଗିଥିବା ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.