୪୦ହଜାର ହୀରା ସହ ସୁନା ତିଆରି ପାଇଖାନା – ଏହି ଦେଶରେ କରାଯାଇଛି ନିର୍ମାଣ
7/11/2019 at 4:20 PM

ବେଜିଂ – ଏବେ ଚୀନ୍ରେ ଏକ ଶୌଚାଳୟରେ ୪୦ ହଜାର ହୀରା ଲଗାଯାଇଛି । ସୁନାରେ ଏହି ଶୌଚୈଳୟର କମୋଡକୁ ତିଆରି କରାଯାଇଛି । ଏଥିରେ ମୋଟ୍ ୪୦ ହଜାର ୮୧୫ଟି ହୀରା ଲାଗିଛି ।

କମୋଡର ସିଟ୍ ବୁଲେଟ୍ ପ୍ରୁଫ୍ । ଏହାର ଦାମ ପ୍ରାୟ ୯ କୋଟି ଟଙ୍କା । ଅନ୍ତର୍ଜାତୀୟ ବଜାରରେ ୧,୨୮୮,୬୭୭ ଆମେରିକୀୟ ଡଲାର ।

ଦ୍ୱିତୀୟ ଚୀନ୍ ଅନ୍ତର୍ଜାତୀୟ ଆମଦାନୀ ପ୍ରଦର୍ଶନୀରେ ଏହାକୁ ପ୍ରଦର୍ଶୀତ କରାଯାଇଛି । ଏହାର ଫଟୋ ଓ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଆରୋନ୍ ଶମ୍ ଜୁଏଲାରୀ ଓ ସ୍ୱିସ୍ ବ୍ରାଣ୍ଡ କୋରୋନେଟ୍ ମିଳିତ ଭାବେ ଏହାକୁ ନିର୍ମାଣ କରିଛନ୍ତି ।
ଏହା ସବୁଠାରୁ ଅଧିର ବ୍ୟବହାର କରାଯାଇଥିବା ହୀରା ଖଚିତ ପାଇଖନା ଭାବେ ଗିନିଜ୍ ବୁକ୍ ବିଶ୍ୱ ରେକର୍ଡ କରିଛି ।