ଗୋଲମରିଚ ବଢାଏ ରୋଗ ପ୍ରତିରୋଧକ ଶକ୍ତି , କରୋନା ସଂକ୍ରମଣ ରୋକିବାରେ ଏହା ହେବ ସହାୟକ !

Published By : Prameya-News7 Bureau | March 24, 2020 IST

ଗୁଆହାଟୀ ୨୪/୦୩ : ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚ ଶରୀର ପାଇଁ ବହୁତ ଉପାଦେୟ | ଏହାକୁ ଗରମ ମସଲା ଭାବେ ବ୍ୟବହାର କରାଯାଏ | ଗ୍ୟାସ, ଏସିଡ଼ିଟି ଭଲ କରିବାରେ ମଧ୍ୟ ଗୋଲମରିଚ ଉପଯୁକ୍ତ | ଗୋଲମରିଚ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରିଥାଏ | ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ |

ସାମାନ୍ୟ ଥଣ୍ଡା କାଶ ହୋଇଥିଲେ ଏକ ଚାମଚ ମହୁ ଓ ଗୋଲମରିଚ ଚୁର୍ଣ ମିଶାଇ ସେବନ କରିବା ଦ୍ୱାରା ଥଣ୍ଡା କାଶ ଭଲ ହୋଇଯାଇଥାଏ | ସୁସ୍ଥ ବ୍ୟକ୍ତି ମଧ୍ୟ ଏହି ମିଶ୍ରଣ ଖାଇବା ଶରୀର ପକ୍ଷେ ଲାଭଦାୟକ | ଏହା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ |

ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ପାଇଁ ଭାରତୀୟ ବ୍ୟଞ୍ଜନରେ ଅନେକ ଜିନିଷ ରହିଛି | ଏମାନଙ୍କ ମଧ୍ୟରୁ ଆଉ ଗୋଟିଏ ହେଲା ଅଟା ଲଡୁ | ସାଧାରଣତଃ ଶୀତ ଋତୁରେ ଉତ୍ତର ଭାରତରେ ଅଟା ଲଡୁ ଅଧିକ ଲୋକ ତିଆରି କରିଥାନ୍ତି | କିନ୍ତୁ ବର୍ତ୍ତମାନ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ସେବନ କରିପାରିବେ |

କିପରି ତିଆରି କରିବେ ଏହି ଲଡୁ :

ଅଟା ଲଡୁରେ ଚାଉଳ ଚୁନା ଓ ବେସନ ମଧ୍ୟ ମିଶାଇ ପାରିବେ | ଅଟାର ପରିମାଣ ଅଧିକ ରହିଥାଏ | ଅଟା, ଚାଉଳ ଚୁନା ଓ ବେସନକୁ ସୁଦ୍ଧା ଗୁଆ ଘିଅରେ ଅଲଗା ଅଲଗା ଭାଜିଦେବେ | ଏଥିରେ କାଜୁ, ବାଦାମ, ଖରଭୁଜା ମଞ୍ଜି, ଗୁଜୁରାତି, ଗୋଲମରିଚ ଗୁଣ୍ଡ ମିସାଇବେ | ଏହାପରେ ଖୁଆ ଓ ଚିନି ମିଶାଇ ଲଡୁ ପ୍ରସ୍ତୁତ କରିପାରିବେ | ଚିନିକୁ ମଧ୍ୟ ଗୁଣ୍ଡ କରି ବ୍ୟବହାର କରିବେ | ପ୍ରତିଦିନ ଉଷୁମ କ୍ଷୀର ସହ ଗୋଟିଏ ଲଡୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ |

କରୋନା ଯୋଗୁଁ ପୁରା ଦେଶ ଲକଡାଉନ ରହିଛି | ଏମିତି ପରିସ୍ଥିତିରେ କର୍ମଚାରୀ ନିଜ ଘରେ ବସି କାମ କରୁଛନ୍ତି | ଅର୍ଥାତ ସକାଳ ଜଳଖିଆ, ଅପରାହ୍ନ ଭୋଜନ, ସନ୍ଧ୍ୟା ଜଳଖିଆ ସବୁ ଘରେ ହିଁ ଖାଉଛନ୍ତି | ଏହି ସମୟରେ ଟୋଷ୍ଟ, ସ୍ୟାଣ୍ଡହ୍ୱିଚ, ସାଲାଡ଼, ସ୍ପାଉଟ ଚାଟ ଆଦି ଖାଇବା ଶରୀର ପକ୍ଷେ ହିତକାରକ | ଏହିସବୁ ଉପରେ ଗୋଲମରିଚ ଗୁଣ୍ଡ ପକାଇ ଖାଇପାରିବେ | ଗଳା ସଂକ୍ରମଣକୁ ମଧ୍ୟ ଏହା ଭଲ କରିଥାଏ | କାଶ ମଧ୍ୟ ଭଲ ହୋଇଥାଏ | 

ରୋଷେଇରେ ମଧ୍ୟ ଗୋଲମରିଚ ବ୍ୟବହାର କରିବା ଭୂଲନ୍ତୁନାହିଁ | ମସଲାଯୁକ୍ତ ତରକାରୀରେ ଗୋଲମରିଚ ଗୁଣ୍ଡ ବ୍ୟବହାର କରନ୍ତୁ | ଡାଲିରେ ମଧ୍ୟ କିଛି ମାତ୍ରାରେ ଗୋଲମରିଚ ଗୁଣ୍ଡ ପକାନ୍ତୁ | ଏହା ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ |

ଚକୁଳି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ | କାରଣ ଏଥିରେ ଅଧିକ ତେଲ ଆବଶ୍ୟକ ହୋଇନଥାଏ | ଚାଉଳ, ବେସନ ଓ ସୁଜିରେ ଆପଣ ଚକୁଳି ତିଆରି କରିପାରିବେ | ବେସନ ଚକୁଳିରେ ଧନିଆ ପତ୍ର, ପିଆଜ, କଞ୍ଚା ଲଙ୍କା, ପୁଦିନା ପତ୍ର, ଗୋଲମରିଚ ଗୁଣ୍ଡ ପକାଇ ତିଆରି କରିପାରିବେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.