Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ବିନିକାରେ ୨୩୮ବର୍ଷ ହେବ ପାଳିତ ହେଉଛି ଗୋକୁଳାଷ୍ଟମୀ ଯାତ୍ରା

1/12/2021 at 11:30 AM

ବିନିକା ୧।୧୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ୨୩୮ବର୍ଷ ହେବ ଗୋକୁଳାଷ୍ଟମୀ ଯାତ୍ରା ଅନୁଷ୍ଠିତ ହେଉଛି । କଂସାରୀପଡା ବ୍ରଜବିହାରୀ ନୃତ୍ୟ କଳା ପରିଷଦ ଓ ପୂର୍ଣ୍ଣମାସୀ ଯୁବକ ସଂଘ ପକ୍ଷରୁ ଏହି ଯାତ୍ରା ଅନୁଷ୍ଠିତ ହେଉଛି । ଏହି ଯାତ୍ରାରେ କୃଷ୍ଣଙ୍କ ପିଲାଦିନର ଲୀଳାଖେଳାକୁ ନୃତ୍ୟ ଗୀତ ସହ ଗୀତିନାଟ୍ୟରେ ଲୋକଙ୍କୁ ଦେଖାଯାଇଥାଏ ।

ବିନିକା ସହର କଂସାରୀପଡ଼ା ଓ ଯୋଗେଶ୍ବର ମନ୍ଦିରଠାରେ ଗୋକୁଳାଷ୍ଟମି ଯାତ୍ରା ଅନୁଷ୍ଠିତ ହେଉଛି । ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ କେବଳ ରୀତିନୀତି ଅନୁସାରେ ହେଉଥିବା ବେଳେ ଚଳିତବର୍ଷ ବହୁ ଲୋକଙ୍କ ସମାଗମ ହେବା ସହ ବିଭିନ୍ନ ନୃତ୍ୟ ଗୀତର ଆୟୋଜନ ମଧ୍ୟ ହେଉଛି । ଏହି ଗୋକୁଳାଷ୍ଟମୀ ଯାତ୍ରାରେ କୃଷ୍ଣ ବଳରାମ ଅବତାରରେ ଦୁଇ ଜଣ କୁନି ପୁଅ ପୁରା ଆଧ୍ୟାତ୍ମିକ ଭାବରେ କଳା ପ୍ରଦର୍ଶନ କରିଥାନ୍ତି । ସନ୍ଧାସୂର, ବକାସୂର, ଧେନୁକା ସୂର, ଦୋଲାଲିକା, ଅର୍ଘାସୂର ବଧ କରିଥାନ୍ତି କୃଷ୍ଣ ଓ ବଳରାମ । ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ ।

   Related Posts