ଯୌତୁକ କେସ୍‌ରେ ଜିନିଷ ଜବତ କରିବାକୁ ଯାଇ ଅଧାରୁ ଛୁ ମାରିଲା ପୋଲିସ, ଫୋନ କରି ଥକିଗଲେ ଲୋକେ, ତା ପରେ...

Published By : Prameya-News7 Bureau | April 27, 2021 IST

ନୀଳଗିରି ୨୭/୦୪: ବାଲେଶ୍ଵର ଜିଲ୍ଲା ନୀଳଗିରି  ଥାନାର କାର୍ଯ୍ୟରତ ଏଏସଆଇଙ୍କ ଅଜବ କାମ ସଭିଙ୍କୁ ଆଚମ୍ବିତ କରିଛି। ଗତକାଲି ଯୌତୁକ କେସ୍‌ରେ ଜିନିଷ ପତ୍ର ଜବତ କରିବାକୁ ଯାଇ ଅଧାରୁ ପଳାଇ ଆସିବା ଘଟଣାକୁ ନେଇ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ନାରୀ ସଙ୍ଘ ଓ ଉତ୍ୟକ୍ତ ଗ୍ରାମବାସୀ ନୀଳଗିରି ଥାନାକୁ ଯାଇ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଘେରିଛନ୍ତି।

ସୂଚନା ଅନୁଯାୟୀ, ନୀଳଗିରି ଥାନା ଅନ୍ତର୍ଗତ ବେଗୁନିଆ ପଞ୍ଚାୟତ ଅଧିନ ଡୁମଗଣ୍ଡିରା ଗ୍ରାମର କାର୍ତ୍ତିକେଶ୍ୱର ପାତ୍ରଙ୍କୁ ରୀତା ପାତ୍ର ନାମକ ଯୁବତୀ ବିବାହ କରିଥିଲେ। ତାଙ୍କ ଔରସରୁ ଗୋଟିଏ ପୁଅ ଝିଅ ଅଛନ୍ତି। ହେଲେ ସ୍ୱାମୀ ଅନ୍ୟ ଜଣେ ମହିଳା ସହ ଅନୈତିକ ସମ୍ପର୍କକୁ ନେଇ ପରିବାର ରେ ଅଶାନ୍ତି ହେଉଥିଲା। ହେଲେ ପରେ ନିର୍ଯ୍ୟାତନା ଏତେ ବଢି ଯାଇଥିଲା ଯେ ପତ୍ନୀଙ୍କୁ ନୀଳଗିରି ଥାନାର ଦ୍ୱାରସ୍ଥ ହେବାକୁ ପଡିଥିଲା। ସ୍ୱାମୀ ଠାରୁ ଅଲଗା ରହିବା ନିଷ୍ପତି ପରେ ନୀଳଗିରି ଥାନାରେ ଏକ ମାମଲା ରୁଜୁ ହୋଇଥିଲା।

{"id":445072,"sizeSlug":"large","linkDestination":"none"}

ଗତକାଲି ନୀଳଗିରି ଥାନାର କାର୍ଯ୍ୟରତ ଏଏସଆଇ ଶରତ ଚନ୍ଦ୍ର ଧଳ ତଦନ୍ତ ଭାର ନେଇଥିଲେ। ଗତକାଲି ଡୁମଗଣ୍ଡିରା ଗ୍ରାମକୁ ସେ ଜିନିଷ ପତ୍ର, ସୁନା ଗହଣା ଜବତ କରିବାକୁ ଯାଇଥିଲେ। ଗାଁରେ ଗ୍ରାମବାସୀ ଓ ମହିଳା ନେତ୍ରୀ ମାନେ ଉପସ୍ଥିତ ହୋଇଥିଲେ। ହେଲେ କଣ ହେଲା କେଜାଣି ଘଟଣା ସ୍ଥଳରୁ ପୋଲିସ ଛୁ ମାରିଲା। ରାତି ୧୨ ଟା ପର୍ଯ୍ୟନ୍ତ ଏଏସଆଇ ଫୋନ ମଧ୍ୟ ଉଠାଇନଥିଲେ।

ଆଜି ଉତ୍ୟକ୍ତ ଗ୍ରାମବାସୀ ଓ ମହିଳା ନେତ୍ରୀ ମାନେ ଥାନାକୁ ଆସି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଘେରିଥିଲେ। ପ୍ରବଳ ପାଟିତୁଣ୍ଡ କରିବା ସହ ଯିଏ ଯାହା ପାରିଲା କହି ଚାଲିଥିଲେ। ପୋଲିସର ଏପରି କାର୍ଯ୍ୟକଳାପକୁ ନେଇ ମହିଳା ନେତ୍ରୀ ନାପସନ୍ଦ କରିଥିଲେ। ସେପଟେ ପୋଲିସ ବାବୁ ଜଣକ ନିଜ ପାଇଁ ସଫେଇ ଦେଇ ଚାଲିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.